କୃଷି ଭିତ୍ତିକ ନିଯୁକ୍ତି ଦୂର କରିବ ବେକାରୀ ସମସ୍ୟା

ଭୁବନେଶ୍ୱର: ଦେଶରେ ଦିନକୁ ଦିନ ବେକାରୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସମ୍ପ୍ରତି ଏସବିଆଇ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ୧୬ ଲକ୍ଷ ନୂତନ ନିଯୁକ୍ତି ହ୍ରାସ ପାଇବ। ଅସ୍ତ ୧୦ ବର୍ଷରେ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିଲେ ଭାରତରେ ବେକାରୀ ଦୂରୀକରଣ ହୋଇପାରିବ ବୋଲି ଓଡିଶା ନାଗରିକ ସମାଜ ଦ୍ୱାରା ଭୁବନେଶ୍ୱର ଗୀତ ଗୋବିନ୍ଦ ଭବନରେ ଅନୁଷ୍ଠିତ ଆଲୋଚନା ଚକ୍ରରୁ ଜଣାପଡିଛି। ଅନୁଷ୍ଠାନର ସଭାପତି ଲଳିତ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ରାଜ୍ୟ ଅର୍ଥନୀତି ଓ ବେକାରୀ ସମସ୍ୟା’ ଶୀର୍ଷକ ଆଲୋଚନା ଚକ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଭିତ୍ତିକ ନିଯୁକ୍ତି ଉପରେ ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଇଛି। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ମାସିକ ହାରାହାରି ୧୫ ହଜାର ଟଙ୍କା ଦରମା ଭିତ୍ତିକ ନିଯୁକ୍ତି ଏଭଳି ବେକାରୀ ସମସ୍ୟାର ଦୂରୀକରଣ କରି ପାରିବ ବୋଲି ଆଲୋଚନାରେ ଅଂଶ ଗ୍ରହଣ କରି ବକ୍ତାମାନେ ମତ ଦେଇଛନ୍ତି।

ଏହି ଆଲୋଚନା ଚକ୍ରରେ ଡଃ ଭଗବାନ ପ୍ରକାଶ, ପୂର୍ବତନ ରାଷ୍ଟ୍ର ନୀତିଜ୍ଞ ଅବସର ବେଉରିଆ, ପ୍ରଫେସର ରାଧାମୋହନ, ବରିଷ୍ଠ ସାମ୍ବାଦିକ ରବି ଦାସ, ଦିଲ୍ଲୀପ ବିଶୋଇ ଓ ପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗଦେଇ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ।

Comments are closed.