ବେକାରୀ ସଂଖ୍ୟା ନେଇ ସରକାରଙ୍କ ସ୍ପଷ୍ଟିକରଣ

ନୂଆଦିଲ୍ଲୀ: ଦେଶରେ ବେକାରୀ ସଂଖ୍ୟା ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି । ସରକାରୀ ଭାବେ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ସହରାଞ୍ଚଳର ଶତକଡ଼ା ୭ ଦଶମିକ ୮ ଭାଗ ନିଯୁକ୍ତି ଯୋଗ୍ୟ ଯୁବକ ବେକାର ଥିଲାବେଳେ ଗ୍ରାମଞ୍ଚଳରେ ଏହି ହାର ଶତକଡ଼ା ୫.୩  ଭାଗ । ପରିସଂଖ୍ୟାନ ବିଭାଗ ସଚିବ ପ୍ରବୀଣ ଶ୍ରୀବାସ୍ତବ କହିଛନ୍ତି, ନୂଆ ଢାଞ୍ଚା ଓ ନୂଆ ମାଟ୍ରିକ୍ସ ଆଧାରରେ ଏହି ତଥ୍ୟ ପ୍ରସ୍ତୁତ କରାଯାଇଛି ।

ଶୁକ୍ରବାର ନୂଆଦିଲ୍ଲୀରେ ଲାଇ ୨୦୧୭ରୁ ଜୁନ୍‍ ୨୦୧୮ ପର୍ଯ୍ୟନ୍ତ ଗତକାଲି ନୂଆଦିଲ୍ଲୀରେ ଶ୍ରମ ଶକ୍ତି ସର୍ଭେ ବାର୍ଷିକ ରିପୋର୍ଟ ଉନ୍ମୋଚନ କରି ସେ ଏହା କହିଛନ୍ତି। ରିପୋର୍ଟରେ କୁହାଯାଇଛି, ଭାରତରେ ବେକାର ପୁରୁଷମାନଙ୍କ ସଂଖ୍ୟା ଶତକଡ଼ା ୬ ଦଶମିକ ୨ ଭାଗ ଥିଲାବେଳେ ବେକାର ମହିଳାମାନଙ୍କ ସଂଖ୍ୟା ଶତକଡ଼ା ୫ ଦଶମିକ ୭ ଭାଗ ରହିଥିଲା । ​ତେବେ ଗ୍ରାମାଞ୍ଚଳରେ ପୁରୁଷ ବେକାର ସଂଖ୍ୟା ଶତକଡ଼ା ୫ ଦଶମିକ ୮ ଭାଗ ଥିଲାବେଳେ ସହରାଞ୍ଚଳରେ ଏହି ସଂଖ୍ୟା ଶତକଡ଼ା ୭ ଦଶମିକ ୧ ଭାଗ ରହିଛି । ସେହିପରି ସହରାଞ୍ଚଳରେ ଶତକଡ଼ା ୧୦ ଦଶମିକ ୮ ଭାଗ ମହିଳା ବେକାର ଥିଲାବେଳେ ଗ୍ରାମାଞ୍ଚଳରେ ଏହି ହାର ୩ ଦଶମିକ ୮ ଭାଗ ରହିଛି ।

ସୂଚନାଯୋଗ୍ୟ ଶୁକ୍ରବାର ଗେତେକ ଗର ମାଧ୍ୟମରେ ଦେଶର ବେକାରୀ ସଂଖ୍ୟା ନେଇ ଭିନ ଭିନ୍ନ ତଥ୍ୟ ପ୍ରକାଶ ପାଇଛି । ୨୦୧୭-୧୮ ବର୍ଷରେ ଦେଶରେ ବେକାରୀ ସଂଖ୍ୟା ଶତକଡ଼ା ୬ ଦଶମିକ ୧ ଭାଗ ରହିଥିଲା, ଯାହାକି ୪୫ ବର୍ଷ ଭିତରେ ସର୍ବାଧିକ ବୋଲି ପ୍ରକାଶ ପାଇଥିଲା । ତେବେ ସରକାରଙ୍କ ପକ୍ଷରୁ ତଥ୍ୟ ପ୍ରକା​ଶ କରାଯାଇଛି।

Comments are closed.