କରୋନାରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନର ମୃତ୍ୟୁ ଖବର ଗୁଜବ

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହୋଇ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଗ୍ୟାଙ୍ଗଷ୍ଟର ତଥା ଅଣ୍ଡରୱାର୍ଲ୍ଡ ଡନ୍‌ ରାଜେନ୍ଦ୍ର ନିଖାଲ୍‌ଜେ ଓରଫତ ଛୋଟା ରାଜନର ଶୁକ୍ରବାର ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଛି। ତେବେ ଏହା ଏକ ଗୁଜବ ବୋଲି ଜଣାପଡ଼ିଛି। ଦିଲ୍ଲୀ ଏମ୍‌ସ ପକ୍ଷରୁ ଏପରି ଖବରକୁ ଖଣ୍ଡନ କରାଯାଇଛି। ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିବା ସମୟରେ ଛୋଟା ରାଜନ କରୋନାରେ ସଂକ୍ରମିତ ହୋଇଥିଲା। ଗତ ଏପ୍ରିଲ ୨୬ ତାରିଖରେ ତାଙ୍କୁ ଏମ୍‌ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅଲ୍‌ ଇଣ୍ଡିଆ ରେଡିଓ ପକ୍ଷରୁ ଟ୍ବିଟ୍‌ କରାଯାଇ ଛୋଟା ରାଜନର ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ଦିଆଯାଇଛି।

Comments are closed.