କେବଳ ମଣିଷମାନଙ୍କ ମଧ୍ୟରେ ନୁହେଁ ପଶୁ ଓ ମଣିଷ ମଧ୍ୟରେ ଥିବା ଅନାବିଳ ଓ ଅତୁଟ ‘ବନ୍ଧୁତ୍ୱ

0

କେବଳ ମନୁଷ୍ୟମାନଙ୍କ ମଧ୍ୟରେ ନୁହେଁ ମନୁଷ୍ୟ ଓ ପଶୁ ମଧ୍ୟରେ ବି ହୋଇପାରେ ବନ୍ଧୁତ୍ୱ। ଏହି ବନ୍ଧୁତ୍ୱର ପ୍ରକୃତ ପରିଭାଷା ଯେଉଁମାନେ ବୁଝିଛନ୍ତି , ସେମାନେ ହିଁ ଜାଣନ୍ତି ଏହା କିପରି ସମ୍ଭବ। ମନୁଷ୍ୟ ଓ କୁକରଟିର ଏ କାହାଣୀ । ଯେଉଁଥିରେ ମନୁଷ୍ୟର କୁକୁର ପ୍ରତି ରହିଛି ଅନାବିଳ ସ୍ନେହ ଓ ସେହିଁ ତା’ର ପ୍ରକୃତ ବନ୍ଧୁ । କାରଣ ପ୍ରକୃତ ବନ୍ଧୁ ପ୍ରତି ଜଣେ ବନ୍ଧୁର ଯାହା କର୍ତ୍ତବ୍ୟ, ଭାବନା, ଭଲ ପାଇବା ରହିବା ଆବଶ୍ୟକ, ତାହା ହିଁ ଥିଲା ମନୁଷ୍ୟଟିର କୁକୁର ପ୍ରତି। ପରସ୍ପର ମଧ୍ୟରେ ଅତୁଟ ବନ୍ଧୁତ୍ୱ ଓ ଭଲପାଇବାକୁ ନେଇ ଏ କାହାଣୀ…………..

ଥରେ ଜଣେ  ବ୍ୟକ୍ତି ଓ ତା’ର କୁକୁର ଏକ ସୁନ୍ଦର ରାସ୍ତାରେ ଚାଲୁଥିଲେ। ଏହି ସମୟରେ ବ୍ୟକ୍ତିଟି ଅନୁଭବ କଲା ଯେ ସେ ମରିଯାଇଛି ଓ ତା’ର କୁକୁରଟି ମଧ୍ୟ କିଛି ଦିନ ଆଗରୁ ମରିଯାଇଛି। ସେ ତା’କୁ ଦେଖି ଏବଂ ତା ବନ୍ଧୁକୁ ପାଇ ଖୁସି ହୋଇଗଲା। ଦୁହେଁ ଚାଲୁ ଚାଲୁ ସେପରି ସେହି ରାସ୍ତା ଶେଷ ହୋଇଗଲା। କିଛି ସମୟ ପରେ ସେ ଦେଖିଲା ଯେ ଏକ ଚକଚକ କରୁଥିବା ଏକ ପଥର। ବ୍ୟକ୍ତିଟି ସେହି ପଥରର ନିକଟବର୍ତ୍ତୀ ହେବା ପରେ ଦେଖିଲା ତାହା ଏକ ପାଚେରୀ ଓ ସେଠାକାର ଥିବା ଫାଟକ ସୁନାରେ ନିର୍ମିତ।

ବ୍ୟକ୍ତିଟି ଶୋଷିଲା ଥିଲା,ସେ ସେହି ଦ୍ୱାର ନିକଟରେ ଥିବା ଦ୍ୱାରପାଳକୁ  ଯାଇ ପଚାରିଲା ଏହା କେଉଁ ଜାଗା ? ଦ୍ୱାର ପାଳଟି ଉତ୍ତର ଦେଲା ଏହା ସ୍ୱର୍ଗ। ସେ ଶୋଷିଲା ଥିବା ହେତୁ ତା’କୁ ପାଣି ମିଳିପାରିବ ବୋଲି ପ୍ରଶ୍ନ କଲା। ଦ୍ୱାର ପାଳଟି ବ୍ୟକ୍ତିଟିକୁ ଭିତରକୁ ଆସିବାକୁ କହିଲା। ଏହା ଶୁଣି ବ୍ୟକ୍ତିଟି ନିଜ କୁକୁରକୁ ମଧ୍ୟ ଭିତରକୁ ଡ଼ାକିଲା। ଏଥିରେ ଦ୍ୱାର ପାଳଟି ବାଧା ଦେଇ କହିଲା ଏହା ଭିତରକୁ କୌଣସି ପଶୁ ଯାଇପାରିବେ ନାହିଁ। ଏହା ଶୁଣି ବ୍ୟକ୍ତିଟିକୁ ଶୋଷ ଲାଗୁଥିଲେ ମଧ୍ୟ ଆଉ ଭିତରକୁ ଗଲା ନାହିଁ।

ସେହି ସ୍ଥାନରୁ କିଛି ବାଟ ଆଗକୁ ଯିବା ପରେ ଦେଖିଲା କୃଷି ଉଦ୍ୟାନ। ସେଠାରେ ବ୍ୟକ୍ତିଟିକୁ ବହି ପଢୁଥିବାର ଦେଖିଲା ଓ ପଚାରିଲା ପିଇବା ନିମନ୍ତେ ପାଣି ମିଳିପାରିବ ? ଏହା ଶୁଣି ବୃଦ୍ଧଟି ବ୍ୟକ୍ତିଟିକୁ ଭିତରକୁ ଡ଼ାକିବାରୁ ବ୍ୟକ୍ତି ଜଣକ ତାଙ୍କ କୁକୁରକୁ ଭିତରକୁ ନେବା ପାଇଁ ଅନୁମତି ମାଗିବାରୁ ବୃଦ୍ଧ ଜଣକ ହଁ ବୋଲି କହିଥିଲେ। ବ୍ୟକ୍ତି ଜଣକ ତାଙ୍କୁ ମଧ୍ୟ ପଚାରିଲେ ଏହା କେଉଁ ସ୍ଥାନ ? ସେ ଉତ୍ତର ଦେଲେ ଏହା ହେଉଛି ସ୍ୱର୍ଗ। ଏହା ଶୁଣି ବ୍ୟକ୍ତି ଜଣକ ବିଭ୍ରାନ୍ତ ହୋଇ ପଚାରିଲେ କିଛି ବାଟ ପୂର୍ବରୁ ଏକ ସ୍ଥାନ ଅଛି ତାହା ସ୍ୱର୍ଗ ଏହା ମଧ୍ୟ ସ୍ୱର୍ଗ ଏହା ସମ୍ଭବ କିପରି ? ବୃଦ୍ଧ ଜଣକ ପ୍ରଶ୍ନ କଲେ ଏକ ସ୍ୱର୍ଣ୍ଣ ଦ୍ୱାର ଥିବା ସ୍ଥାନ କି ? ବ୍ୟକ୍ତି ଜଣକ ହଁ ବୋଲି କହିଲେ। ବୃଦ୍ଧ ଉତ୍ତର ଦେଲେ ତାହା ନର୍କ। ଏଥିରେ ବ୍ୟକ୍ତି ଜଣକ ପ୍ରଶ୍ନ କଲେ ସେ ତୁମ ସ୍ଥାନ ନାମକୁ ତାଙ୍କ ସ୍ଥାନ ନାମରେ ଜଣାଛନ୍ତି, ତୁମର ଆପତ୍ତି ନାହିଁ ? ଏହା ଶୁଣି ବୃଦ୍ଧ ଜଣକ ଉତ୍ତର ହେଲେ ସେ କେବଳ ସେମାନଙ୍କୁ ଭିତରକୁ ନେଇଥାଏ ଯେ ନିଜ ବନ୍ଧୁ ଛାଡ଼ି ଯାଏ।

ବୃଦ୍ଧଙ୍କର ପଦଟିଏ କଥାରେ ହିଁ ଥିଲା ବନ୍ଧୁତ୍ୱର ମହାନତା। ଯାହା ବ୍ୟକ୍ତିଟିର ମନରେ ଥିବା ସ୍ୱର୍ଗ ଓ ନର୍କ ଦ୍ୱନ୍ଦକୁ ଦୂରେଇଦେଇ ଥିଲା।

Leave A Reply