ନେପାଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଭାରତକୁ ଦାୟୀ କଲେ ପ୍ରଧାନମନ୍ତ୍ରୀ ଓଲି

ସମାଜ ପୋର୍ଟାଲ ଡେସ୍କ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପୁଣି ଥରେ ନେପାଳରେ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଇଁ ଭାରତରୁ କରୋନା ଯାଞ୍ଚ ନ ହୋଇ ନେପାଳ ଯାଉଥିବା ଲୋକଙ୍କୁ ଦାୟୀ କରିଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଏକ ଟେଲିଭିଜନ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି ଯେ ସୀମାନ୍ତରେ ଯାଞ୍ଚ କରାଯାଇ ନ ଥିବା ଭାରତରୁ ଘରକୁ ଫେରୁଥିବା ଶ୍ରମିକମାନଙ୍କ ପାଇଁ ଦେଶରେ କରୋନା ବ୍ୟାପିବା ବୃଦ୍ଧି ପାଇଛି। ସେ କହିଛନ୍ତି, “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରୋଟୋକଲ୍ ଅନୁଯାୟୀ, ଯେଉଁମାନେ ଅନ୍ୟ ଦେଶରୁ ସୀମା ଅତିକ୍ରମ କରି ଘରକୁ ଫେରୁଛନ୍ତି ସେମାନଙ୍କର ବାଧ୍ୟତାମୂଳକ ପରୀକ୍ଷା ହେବା ଆବଶ୍ୟକ, ଯାହା ଫଳରେ ଗୋଷ୍ଠୀ ସମ୍ପ୍ରଦାୟ ଭୟ ରହିବ ନାହିଁ।” ତେବେ ଭାରତରୁ ନେପାଳ ଫେରୁଥିବା ପ୍ରବାସୀମାନେ ବିନା ପରୀକ୍ଷଣରେ ସୀମା ପାର ହେଉଛନ୍ତି ବୋଲି ଓଲି ଅଭିଯୋଗ କରିଛନ୍ତି।
ଗତ ସପ୍ତାହରେ ମଧ୍ୟ ନେପାଳ ପ୍ରଧାନମନ୍ତ୍ରୀ ସେଠାକାର ସାଂସଦମାନଙ୍କ ସହ ପ୍ରଶ୍ନ-ଉତ୍ତର କାଳରେ ଭାରତକୁ ଦାୟୀ କରିଥିଲେ। ସେ କହିଥିଲେ ଯେ ଚାଇନା ତଥା ଅନ୍ୟ ଦେଶ ତୁଳନାରେ ଭାରତରୁ ଆସୁଥିବା ଏହି ଭୁତାଣୁ ଅଧିକ ମାରାତ୍ମକ। ଏ ନେଇ ସେ କିଛି ସ୍ଥାନୀୟ ପ୍ରତିନଧି ତଥା ରାଜନୈତିକ ନେତାମାନଙ୍କୁ ବିନା ପରୀକ୍ଷଣରେ ପ୍ରବାସୀ ଭାରତୀୟଙ୍କୁ ଦେଶ ଭିତରକୁ ଆଣୁଥିବା ଓଲି କହିଛନ୍ତି।