ବାଣ କାରଖାନାରେ ବିସ୍ଫୋରଣ ; ୭ ମୃତ

ଉନା : ହିମାଚଳପ୍ରଦେଶର ଉନା ଜିଲା ଟାହଲୀବାଲର ଏକ ବାଣ କାରଖାନାରେ ଅଘଟଣ ଘଟିଛି ବୋଲି ମଙ୍ଗଳବାର ଜଣାପଡିଛି। ବାଣ କାରଖାନାରେ ବିସ୍ଫୋରଣ ଘଟି ୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହାସହ ୧୨ କର୍ମଚାରୀ ନିଆଁରେ ସଂସ୍ପର୍ଶରେ ଆସିବା ପରେ ଗଭୀର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସାରିଛନ୍ତି। ଜଣେ ଆହତ ହୋଇଥିବା ମହିଳାଙ୍କ କହିବାନୁଯାୟୀ, ବିସ୍ଫୋରଣ ସମୟରେ କାରଖାନାରେ ପ୍ରାୟ ୩୦ ରୁ ୩୫ ଜଣ କାମ କରୁଥିଲେ। ହଠାତ ବିସ୍ଫୋରଣ ପରେ ଚାରିଆଡେ ନିଆଁ ବ୍ୟାପିବାକୁ ଆରମ୍ଭ ହୋଇଥିଲା। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା କର୍ମଚାରୀ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ବିସ୍ଫୋରଣର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Comments are closed.