ଭାରତରେ ପହଞ୍ଚିଲେ ଜାତିସଂଘର ମହା ସଚିବ ଆଣ୍ଟୋନିଓ ଗୁଟରେସ

0

ନୂଆଦିଲ୍ଲୀ : ମିଳିତ ଜାତିସଂଘର ମହା ସଚିବ ଆଣ୍ଟୋନିଓ ଗୁଟରେସ ତିନି ଦିନିଆ ଭାରତ ଗସ୍ତରେ ଆସି ସୋମବାର ନୂଆଦିଲ୍ଲୀରେ ପହଞ୍ଚଛନ୍ତି। ମଙ୍ଗଳବାର ସେ ରାଷ୍ଟ୍ରପତି ଭବନ ସଂସ୍କୃତି କେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ମହାତ୍ମା ଗାନ୍ଧି ଅନ୍ତର୍ଜାତୀୟ ସ୍ୱଚ୍ଛତା ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆସନ୍ତାକାଲି ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ତଥା ସ୍ୱଚ୍ଛ ଭାରତ ମିଶନର ଚତୁର୍ଥ ବାର୍ଷିକୀ ପୂରଣ ଅବସରରେ ଉଦ୍‍ଯାପିତ ହେବ। ଶ୍ରୀ ଗୁଟରେସ୍‍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ। ପ୍ରମୁଖ ଅନ୍ତର୍ଜାତୀୟ ପ୍ରସଙ୍ଗ ସମେତ ଜଳବାୟୁ ପରିବର୍ତ୍ତନ ଏବଂ ଆଙ୍କବାଦ ବିଷୟରେ ସେ ଆଲୋଚନା କରିବେ। ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଏକ ପ୍ରତିନିଧି ମଣ୍ଡଳ ସ୍ତରୀୟ ବୈଠକରେ ଯୋଗ ଦେବେ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଜାତିସଂଘ ମୁଖ୍ୟ ପ୍ରଥମ ଅନ୍ତର୍ଜାତୀୟ ସୌର୍ଯ୍ୟ ମେଣ୍ଟ ସମ୍ମିଳନୀର ମିଳିତ ଉଦ୍‍ଘାଟନୀ ଉତ୍ସବ, ଦ୍ୱିତୀୟ ପୁନଃ ପୁଞ୍ଜିନିବେଶ ସମ୍ମିଳନୀ ଏବଂ ଭାରତ ମହାସାଗର ଉପକୂଳବର୍ତ୍ତୀ ରାଷ୍ଟ୍ରସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀମାନଙ୍କର ବୈଠକରେ ମଧ୍ୟ ଯୋଗ ଦେବେ।
ପୂର୍ବରୁ୨୦୧୬ ଜୁଲାଇରେ ଶ୍ରୀ ଗୁଟରେସ୍‍ ମିଳିତ ଜାତିସଂଘ ମହା ସଚିବ ନିର୍ବାଚନ ପୂର୍ବରୁ ଭାରତ ଗସ୍ତରେ ଆସିଥିଲେ।

Leave A Reply