କରୋନା ସଂକ୍ରମଣ ସମୟରେ ମହିଳାଙ୍କ ସୁରକ୍ଷା ଜରୁରୀ – ଜାତିସଂଘ ମହାସଚିବ

ସମାଜ ପୋର୍ଟାଲ ଡେସ୍କ: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ କରୋନା ମହାମାରୀ ସଂକ୍ରମଣ ସମୟରେ ମହିଳାମାନଙ୍କୁ ଅଧିକ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ ବିଭିନ୍ନ ଦେଶର ସରକାରକୁ ଏ ନେଇ ଅନୁରୋଧ କରିଛନ୍ତି। ସେ କହିଛନ୍ତି ମହିଳାମାନେ ବିଭିନ୍ନ କାର୍ଯ୍ୟରେ ଜଡ଼ିତ ରହୁଥିବାରୁ ସେମାନଙ୍କ ସୁରକ୍ଷା ଜରୁରୀ ଅଟେ।

ଗୁଟେରସ୍‍ କହିଛନ୍ତି, ମହିଳା ଏବଂ ବାଳିକାମାନେ କରୋନା ସଂକ୍ରମଣରେ ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ଥିବାରୁ ସେମାନଙ୍କୁ ପ୍ରାଥମିକତା ସ୍ୱରୂପ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବା ଆବଶ୍ୟକ। ଗତ କିଛିଦିନ ମଧ୍ୟରେ ବିଭିନ୍ନ ଦେଶରେ ଲକ୍‍ଡାଉନ୍‍ ଭଳି ପରିସ୍ଥିତି ଉପୁଜିଥିବାରୁ ମହିଳାମାନଙ୍କୁ ସାମାଜିକ ଏବଂ ଅର୍ଥନୈତିକ ଚାପ ମଧ୍ୟରେ ରହିବାକୁ ପଡ଼ୁଛି। ଅନ୍ୟପକ୍ଷରେ ମହିଳାମାନଙ୍କ ପ୍ରତି କୌଣସି ଅତ୍ୟାଚାର କିମ୍ବା ହିଂସାକୁ ପ୍ରତିରୋଧ କରିବା ଦିଗରେ ସରକାରମାନେ ପଦକ୍ଷେପ ନେବାକୁ ସେ ଆଗ୍ରହ ପ୍ରକାଶ କରିଛନ୍ତି।

Comments are closed.