ତେହରିକ୍‍-ଏ-ତାଲିବାନ୍‍ ମୁଖ୍ୟ ନୁର୍‍ ୱାଲି ମେହସୁଦ୍‍ ବିଶ୍ୱ ଆତଙ୍କବାଦୀ ଘୋଷିତ

ନିୟୁର୍କ : ତେହରିକ୍‍-ଏ-ତାଲିବାନ୍‍ ପାକିସ୍ତାନ ଆତଙ୍କୀ ଗୋଷ୍ଠୀର ମୁଖ୍ୟ ନୁର୍‍ ୱାଲି ମେହସୁଦ୍‍କୁ ଜାତିସଂଘ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ଅଲକାଏଦା ଏହି ଆତଙ୍କୀ ଗୋଷ୍ଠୀକୁ ପାଣ୍ଠି ଯୋଗାଣ ସହ ଆତଙ୍କବାଦୀ କାର୍ଯ୍ୟକଳାପରେ ସାହାଯ୍ୟ ସହଯୋଗ କରିଆସୁଛି।

ଜାତିସଂଘ ସୁରକ୍ଷା ପରିଷଦର ଅନୁମତିକ୍ରମେ ନୁର୍‍ ମେହସୁଦ୍‍ର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି ସହ ତା’ର ବିଦେଶ ଯାତାୟତ ଉପରେ କଟକଣା ଜାରି କରାଯାଇଛି। ସେହି ଆତଙ୍କୀ ଗୋଷ୍ଠୀର ମୁଖ୍ୟ ମୌଲାନା ଫଜିଉଲ୍ଲାର ୨୦୧୮ରେ ମୃତ୍ୟୁ ପରେ ନୁର୍‍ ମେହସୁଦ୍‍ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲା।

Comments are closed.