ଆଜି ଜାତିସଂଘ ଦିବସ

ଆଜି ଜାତସଂଘ ଦିବସ। ୧୯୪୫ ମସିହା ଆଜିର ଦିନରେ ଜାତିସଂଘର ସନନ୍ଦ କାର୍ଯ୍ୟକାରୀ ହୋଇଥିଲା। ଜାତିସଂଘ ହେଉଛି ଏକ ଆନ୍ତଃସରକାରୀ ସଂସ୍ଥା। ଯାହାର ପ୍ରମୁଖ କାର୍ଯ୍ୟ ହେଲା ବିଶ୍ୱରେ ଶାନ୍ତି ଓ ସୁରକ୍ଷାକୁ ବଜାୟ ରଖିବା। ଯୁକ୍ତରାଷ୍ଟ୍ର ଆମେରିକାର ତତ୍‍କାଳୀନ ରାଷ୍ଟ୍ରପତି ଫ୍ରାଙ୍କ୍‍ଲିନ୍‍ ଡି. ରୁଜ୍‍ଭେଲ୍‍ଟ ଜାତିସଂଘର ନାମକରଣ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅର୍ଥାତ୍‍ ୧୯୪୨ ମସିହା ଜାନୁଆରୀ ୧ ତାରିଖ ଜାତିସଂଘର ଘୋଷଣାନାମରେ ଏହି ନାମ ବ୍ୟବହାର କରାଯାଇଥିଲା। ଜାତିସଂଘ ସଂସ୍ଥାପନା ବେଳେ ମାତ୍ର ୫୧ ରାଷ୍ଟ୍ରର ସଦସ୍ୟତା ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୧୯୩କୁ ବୃଦ୍ଧି ପାଇଛି।

Comments are closed.