ଦିନିକିଆ ଦଳରେ ସାର୍ଦ୍ଦୁଳଙ୍କ ସ୍ଥାନରେ ଉମେଶ

0

ମୁମ୍ବଇ : ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ପ୍ରଥମ ୨ଟି ଦିନିକିଆ ମ୍ୟାଚ୍‍ ପାଇଁ ଭାରତୀୟ କ୍ରିକେଟ ଦଳରେ ଉମେଶ ଯାଦବଙ୍କୁ ସାମିଲ କରାଯାଇଛି। ଆହତ ପେସ୍‍ ବୋଲର ସାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଫାଷ୍ଟବୋଲର ଉମେଶ ସୁଯୋଗ ପାଇଛନ୍ତି। ହାଇଦରାବାଦରେ ଖେଳା ଯାଇଥିବା ୨ୟ ଟେଷ୍ଟମ୍ୟାଚ୍‍ ସାର୍ଦ୍ଦୁଳଙ୍କ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‍ ଥିଲେ ହେଁ ମାତ୍ର ୧.୪ ଓଭର ବୋଲିଂକରି ଆହତ ହୋଇ ସେ ପାଭିଲିଅନ୍‍ ଫେରି ଯାଇଥିଲେ। ଉମେଶ ଯାଦବ ଉଭୟ ଟେଷ୍ଟରେ ଚମତ୍କାର ବୋଲିଂ କରିଥିଲେ ଏବଂ ସିରିଜ୍‍ରେ ସର୍ବାଧିକ ୧୧ଟି ୱିକେଟ ନେଇଥିଲେ। ୩ୟ ଭାରତୀୟ ଭାବେ ଉମେଶ ଘରୋଇମାଟିରେ ଏକ ଟେଷ୍ଟମ୍ୟାଚ୍‍ରେ ୧୦ଟି ୱିକେଟ ନେବାର କୃତିତ୍ୱ ହାସଲ କରିଥିଲେ। ପୂର୍ବରୁ ପ୍ରଥମ ୨ଟି ଦିନିକିଆ ପାଇଁ ଘୋଷଣା କରା ଯାଇଥିବା ୧୫ ଜଣିଆ ଭାରତୀୟ କ୍ରିକେଟ ଦଳରେ ସାର୍ଦ୍ଦୁଳ ଠାକୁର ସ୍ଥାନ ପାଇଥିଲେ। ଚଳିତମାସ ୨୧ରେ ଗୁଆହାଟୀ ଓ ୨୪ରେ ବିଶାଖାପାଟଣାରେ ଏହି ୨ଟି ଦିନିକିଆ ମ୍ୟାଚ୍‍ ଖେଳାଯିବ। ବାକି ୩ଟି ଦିନିକିଆ ପାଇଁ ଭାରତୀୟ ଦଳ ପରେ ଘୋଷଣା କରାଯିବ।

Leave A Reply