ଘରେ ବସି କରାଇବେ ଅଲ୍ଟ୍ରାସାଉଣ୍ଡ

ସ୍ମାର୍ଟ ଯୁଗରେ ଆଉ କିଛି ଅସମ୍ଭବ ନୁହେଁ। ଘରେ ବସି ଆପଣ ଅନ୍-ଲାଇନ୍ ସଉଦା, ପରିବା ବରାଦ୍ ଦେଇପାରିବେ। ପିଲାମାନେ ଆଜିକାଲି ଘରୁ ହିଁ ଅନ୍-ଲାଇନ୍ ପାଠପଢ଼ା କରିପାରୁଛନ୍ତି। ଏବେ ବିଶେଷଜ୍ଞ ଦଳ ଆଉ ପାଦେ ଆଗେଇଛନ୍ତି। ଗର୍ଭବତୀ ମହିଳାମାନେ ଚିକିତ୍ସାଳୟ ନ ଯାଇ ମଧ୍ୟ ଅଲଟ୍ରାସାଉଣ୍ଡ କରିପାରିବେ। ଏଥି ନିମନ୍ତେ ମୁଖ୍ୟ ଆବଶ୍ୟକତା ହେଲା ଆପଣଙ୍କ ସ୍ମାର୍ଟଫୋନ୍। ଏକାକୀ ରହୁଥିବା ଗର୍ଭବତୀ ମହିଳା କିମ୍ବା ଯେଉଁମାନେ ନିୟମିତ ଭାବେ ଡାକ୍ତରଙ୍କ ପାଖକୁ ଯାଇପାରିନଥାନ୍ତି, ସେମାନେ ସ୍ମାର୍ଟଫୋନ୍ରେ ଗୋଟିଏ ଯନ୍ତ୍ର ଲଗାଇ ଅଲ୍ଟ୍ରାସାଉଣ୍ଡ କରିପାରିବେ। ଉପକରଣର ନାମ ହେଉଛି ‘ପଲ୍ସ ଆଣ୍ଡ ମୋର୍’। ହାଲୁକା ଏଇ ଯନ୍ତ୍ରଟିକୁ ଜଣେ ମହିଳା ସହଜରେ ବ୍ୟବହାର ମଧ୍ୟ କରିପାରିବେ। ସ୍ମାର୍ଟଫୋନ୍ ସହ ଉପକରଣକୁ ଯୋଗାଯୋଗ କରି ଏଥିରେ ଲାଗିଥିବା କ୍ୟାମେରା ସହାୟତାରେ ପେଟକୁ ସ୍କାନ୍ କରନ୍ତୁ। ଏହା ପରେ ଏଇ ସ୍କାନ୍ ଫଟୋକୁ ଇ-ମେଲ୍ ଜରିଆରେ ଡାକ୍ତରଙ୍କୁ ପଠାଇଦେବେ। ଇସ୍ରାଏଲ୍ର ଗବେଷକଦଳ ଏହି ଅତ୍ୟାଧୁନିକ ଯନ୍ତ୍ରର ତିଆରି କରିଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷଣ ହୋଇସାରିଛି। ୯୫% ମହିଳାଙ୍କ ଠାରେ ‘ପଲ୍ସ ଆଣ୍ଡ ମୋର୍’ ପରୀକ୍ଷଣ ହୋଇଥିବାବେଳେ ଏହାର ଫଳାଫଳ ଠିକ୍ ବାହାରିଥିବାର ପ୍ରକାଶ। ବିଶେଷଜ୍ଞ ଦଳଙ୍କ କହିବାନୁସାରେ, ମହିଳାମାନେ ଏହାର ଉପଯୋଗ ଠିକ୍ ଭାବେ କରିପାରୁଛନ୍ତି। n