ଇରାନ: ୧୮୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ

ତେହରାନ: ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ବୁଧବାର ସକାଳେ ଇରାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୧୮୦ ଯାତ୍ରୀ ଥିଲେ। ତେହରାନ ବିମାନ ବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଯାତ୍ରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ବୈଷୟିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଇରାନର କେତେକ ଗଣମାଧ୍ୟମରୁ ଜଣାପଡ଼ିଛି।

ଇରାନ ପକ୍ଷରୁ ଆମେରିକା ବାୟୁସେନା ଘାଟିରେ ଆକ୍ରମଣ ପରେ ଇରାନ ଏବଂ ଇରାକର ଆକାଶ ମାର୍ଗ ଦେଇ ଆମେରିକୀୟ ବିମାନ ଉଡ଼ାଣ ଉପରେ କଟକଣା ଲଗାଇ ଦିଆଯାଇଛି। ଅନ୍ୟପଟେ ଆମେରିକାର ବିମାନଗୁଡ଼ିକୁ ଇରାନ ସମର୍ଥିତ ବିଦ୍ରୋହୀ ସଂଗଠନ ଟାର୍ଗେଟ କରିପାରନ୍ତି ବୋଲି ଆମେରିକା ଆଶଙ୍କା କରୁଛି। କିଛି ଦିନ ତଳେ ଆମେରିକାର ଗୁଇନ୍ଦା ସଂସ୍ଥା ମଧ୍ୟ ଏ ନେଇ ସତର୍କ କରାଇଥିଲା।

Comments are closed.