କିମ୍‌ଙ୍କୁ ନେଇ ପୁଣି ସଂଶୟ

ପୋଙ୍ଗୟାଙ୍ଗ: ଉତ୍ତର କୋରିଆରୁ ସୁପ୍ରିମ ଲିଡର କିମ୍‌ ଜଙ୍ଗ-ଉନ୍‌ଙ୍କୁ ନେଇ ପୁନର୍ବାର ସଂଶୟ ସୃଷ୍ଟି ହୋଇଛି। ରାଜଧାନୀ ପୋଙ୍ଗୟାଙ୍ଗର ପ୍ରମୁଖ ଛକ ସଙ୍ଗ୍‌ ସ୍କୋୟାରରୁ ରହସ୍ୟଜନକ ଭାବେ କିମ୍‌ଙ୍କ ବାପା କିମ୍‌ ସଙ୍ଗ୍‌ ଜେଜେବାପା କିମ୍‌ ଜଙ୍ଗ-ଇଲ୍‌ଙ୍କ ବିରାଟ ଛବି ଓ ପ୍ରତିମୂର୍ତ୍ତି ଉଚ୍ଛେଦ ହୋଇଛି। କିମ୍‌ ଏହି ଛକର ଯେଉଁ ସ୍ଥାନରୁ ସେନା ପରେଡରେ ଅଭିବାଦନ ଗ୍ରହଣ କରନ୍ତି ତାହା ମଧ୍ୟ ଭଙ୍ଗା ହୋଇଛି। ଏସବୁ ପଛରେ କୌଣସି ନୂଆ ରହସ୍ୟ ରହିଥିବା ଆଲୋଚନା ହେଉଛି। ଖୁବ୍ ଶୀର୍ଘ କୌଣସି ନୂଆ ଘୋଷଣା ହୋଇପାରେ ବୋଲି କୁହାଯାଉଛି। ଏଥିସହିତ କିମ୍‌ଙ୍କ ମୃତ୍ୟୁ ନେଇ ମଧ୍ୟ ପୁନର୍ବାର ଆଶଙ୍କାବ୍ୟକ୍ତ କରାଯାଉଛି। ପୂର୍ବରୁ ଏଭଳି ପ୍ରତିଛବି ଉଚ୍ଛେଦ ଘଟଣା ପରେ ବୃହତ୍‌ ନେତାଙ୍କ ମୃତ୍ୟୁ ଖବର ପ୍ରଚାର ହୋଇଥିବାରୁ ସ୍ବାଭାବିକ ଭାବେ କିମ୍‌ଙ୍କ ମୃତ୍ୟୁକୁ ନେଇ ଅନେକ ଆଶଙ୍କା ପ୍ରକାଶ କରୁଛନ୍ତି। କିମ୍‌ କିଛି ଦିନ ହେଲା ସର୍ବସାଧାରଣରେ ଦୃଶ୍ୟମାନ ହେଉ ନାହାନ୍ତି।

Comments are closed.