ଦଳ ଓ ପଦରୁ ଇସ୍ତଫା ଦେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’

ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ ନିଜ କଂଜରଭେଟିଭ ଦଳରୁ ଇସ୍ତଫା ଦେବୋକୁ ନିଷ୍ପତ୍ତି ନେଇଥିବା ଶୁକ୍ରବାର ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଜୁନ ୭ ତାରିଖରେ ସେ ଓ ଦଳ ଓ ଦଳୀୟ ପଦରୁ ଇସ୍ତଫା ଦେବେ। ପ୍ରଧାନମନ୍ତ୍ରୀ ପଦର କାର୍ଯ୍ୟଭାର ସମ୍ଭାଳିବା ପାଇଁ ନୂଆ ନେତାଙ୍କ ଚୟନ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ।
ସେ ପ୍ରାୟ ୩ ବର୍ଷ ହେବ ବ୍ରିଟେନକୁ ୟୁରୋପୀୟ ସଂଘରୁ ଅଲଗା କରିବା (ବ୍ରିକ୍‍ଜିଟ) ପାଇଁ ପ୍ରୟାସ କରୁଛନ୍ତି। ଏଥିପାଇଁ ଅନେକ ଥର ସମୟ ସୀମା ବୃଦ୍ଧି କରାଯାଇଛି। ବିକ୍‍ଜିଟ୍‍ ନେଇ ଦଳୀୟ ନେତା ଖୋଲାଖୋଲି ତାଙ୍କୁ ବିରୋଧ କରୁଛନ୍ତି। ଦଳୀୟ ସାଂସଦଙ୍କୁ ବୁଝାଇବାକୁ ଚେଷ୍ଟା କରି ସେ ବିଫଳ ହେବା ପରେ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ପ୍ରକାଶ ଯେ ବ୍ରିକ୍‍ଜିଟ୍‍କୁ ନେଇ ବ୍ରିଟେନରେ ରାଜନୈତିକ ସଂକଟ ଘନାଇଥିଲା। ଏବେ ବି ଏହି ରାଜନୈତିକ ସଂକଟ ଜାରି ରହିଛି। ବ୍ରିକ୍‍ଜଟି ନେଇ ୨୦୧୬ ଜୁନ୍‍ ୨୩ରେ ଜନମତ ସଂଗ୍ରହ କରାଯାଇଥିଲା। ଏଥିରେ ୫୨% ଲୋକ ୟୁରୋପୀୟ ସଂଘରୁ ଅଲଗା ହେବା (ବ୍ରିକଜିଟ) ପାଇଁ ମତ ଦେଇଥିଲେ। ଏହି ଭୋଟିଂର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମରନ ନିଜ ପଦରୁ ଇସ୍ତଫା ଦେଇଥିଲେ। ୨୦୧୬ ଜୁଲାଇ ୧୩ରୁ ଥେରେସା ବ୍ରିଟେନର ପ୍ରଧାନମନ୍ତ୍ରୀ ଅଛନ୍ତି। ସେ ୨ ବର୍ଷ ମଧ୍ୟରେ ବ୍ରିକ୍‍ଜିଟ୍‍ ପ୍ରକ୍ରିୟା ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସେ ଏଥିରେ ସଫଳ ହୋଇପାରିନାହାନ୍ତି।

Comments are closed.