ତୃତୀୟ ଥର ପାଇଁ ନୀରବ ମୋଦିର ଜାମିନ ଅଗ୍ରାହ୍ୟ

ଲଣ୍ଡନ :ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିକୁ ତୃତୀୟ ଥର ପାଇଁ ବ୍ରିଟେନର ଏକ କୋର୍ଟ ଜାମିନ ପ୍ରଦାନ କରିବାକୁ ଅଗ୍ରାହ୍ୟ କରି ଦେଇଛନ୍ତି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ଓ ପ୍ରାୟ  ଦୁଇ ବିଲିୟନ ଡଲାର କଳାଧନ ଅର୍ଥ ହେରଫେର ଘଟଣାରେ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦିକୁ ତୃତୀୟ ଥର ପାଇଁ ବ୍ରିଟେନର ଏକ କୋର୍ଟ ଜାମିନ ପ୍ରଦାନ କରିବାକୁ ମନାକରିଦେଇଛନ୍ତି। ନୀରବ ବୁଧବାର ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟର ମୁଖ୍ୟ ବିଚାରପତି ଏମ୍ମା ଆରବୁଥନଙ୍କ ନିକଟରେ ହାଜର ହୋଇଥିଲେ। ତାଙ୍କର ଓକିଲ ଜାମିନ ଜମାରାଶିକୁ ଦୁଇ ମିଲିୟନ ପାଉଣ୍ଡକୁ ବୃଦ୍ଧି କରିବା ସହ ସେ ତାଙ୍କର ଲଣ୍ଡନସ୍ଥିତ ବାସଭବନରେ ୨୪ଘଣ୍ଟିଆ ନଜରବନ୍ଦୀରେ ରହିବେ ବୋଲି କହିଥିଲେ। ତେବେ ବିଚାରପତି ଏଥିରେ ସନ୍ତୁଷ୍ଟ ହୋଇ ନ ଥିଲେ।

Comments
Loading...