ବ୍ରିଟେନରେ କରୋନା ସଂକ୍ରମଣର ଭୟଙ୍କର ରୂପ : ୧ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବାରେ ପ୍ରଥମ ୟୁରୋପୀୟ ଦେଶ

ଲଣ୍ଡନ : ବ୍ରିଟେନରେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି। କୋଭିଡ଼-୧୯ରେ ସେଠାରେ ବର୍ତ୍ତମାନ  ୧ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଗତ ୭ ଦିନ ଧରି ବ୍ରିଟେନରେ ଦୈନିକ ୧ ହଜାରରୁ ଅଧିକ ଲୋକଙ୍କର କୋଭିଡ଼ରେ ମୃତ୍ୟୁ ଘଟୁଛି। ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନ୍‍ସନ୍‍ କହିଛନ୍ତି, ସରକାରଙ୍କ ପଦକ୍ଷେପ ପାଇଁ ସେ ନିଜକୁ ଦାୟୀ କରୁଛନ୍ତି। ସରକାର କୋଭିଡ଼ ନିୟନ୍ତ୍ରଣ ପାଇଁ ଯଥାସମ୍ଭବ କାର୍ଯ୍ୟ କରୁଛନ୍ତି। ଶ୍ରୀ ଜନ୍‍ସନ୍‍ କହିଛନ୍ତି, ପ୍ରତିଟି ମୃତ ବ୍ୟକ୍ତିଙ୍କ ପାଇଁ ସେ ଶୋକ ବ୍ୟକ୍ତ କରୁଛନ୍ତି। ବ୍ରିଟେନରେ ୧ ଲକ୍ଷ ୧୬୨ ଜଣଙ୍କର କୋଭିଡ଼ରେ ମୃତ୍ୟୁ ଘଟିଛି।

କୋଭିଡ଼ରେ ୧ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବାରେ ବ୍ରିଟେନ୍‍ ପ୍ରଥମ ୟୁରୋପୀୟ ଦେଶ ହୋଇଛି। ଶ୍ରୀ ଜନ୍‍ସନ୍‍ Downing Street ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଆମେରିକା, ବ୍ରାଜିଲ୍‍, ଭାରତ ଓ ମେକ୍ସିକୋ ପରେ ବ୍ରିଟେନ୍‍ ହେଉଛି ପଞ୍ଚମ ଦେଶ, ଯେଉଁଠି କୋଭିଡ଼ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷକୁ ଅତିକ୍ରମ କରିଯାଇଛି। ବ୍ରିଟେନରେ ସମସ୍ତ ସ୍କୁଲ୍‍ ବନ୍ଦ୍‍ ରହିଛି ଓ ଅନ୍‍ଲାଇନ୍‍ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ଏହାଯୋଗୁଁ ଉଭୟ ଛାତ୍ରଛାତ୍ରୀ ଓ କର୍ମଜୀବୀ ଅଭିଭାବକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Comments are closed.