ଉଜ୍ଜ୍ବଳା ଯୋଜନାର ପ୍ରଶଂସା କଲେ ଟ୍ରମ୍ପ

ଅହମ୍ମଦାବାଦ : ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦାୟିତ୍ବରେ ଥିବା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଦ୍ବାରା ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଦେଶର ଗରିବ ପରିବାରର ମହିଳାମାନଙ୍କୁ କିଭଳି ନିଅଁାଧୂଅଁାରୁ ରକ୍ଷାକରାଯାଇପାରିବ ସେ ନେଇ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ୨୦୧୬ ମଇ ୧ ତାରିଖରେ ଆରମ୍ଭ କରାଯାଇଥିଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା। ଏହି ଯୋଜନା ଅନ୍ତର୍ଗତ ଗରିବ ପରିବାରଙ୍କୁ ମାଗଣାରେ ଏଲପିଜି ଗ୍ୟାସ କନେକ୍ସନ ମିଳିପାରିବ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୪୭.୪୬ ଲକ୍ଷ ମହିଳାଙ୍କୁ ଉଜ୍ଜ୍ବଳା ଯୋଜନାରେ ସାମିଲ କରାଯାଇଛି। ଏହା ମଧ୍ୟରେ ୨୦.୦୯ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କୁ ସାମିଲକରାଯାଇଛି। ବର୍ତ୍ତମାନ ସାରାଭାରତବର୍ଷରେ ୮ କୋଟିରୁ ଊର୍ଦ୍ଧ୍ବ ଗରିବ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଟ୍ରମ୍ପ ନିଜ ଅଭିଭାଷଣରେ ମୋଦୀ ସରକାରଙ୍କ ଜନହିତକର ଯୋଜନା ମଧ୍ୟରେ ଉଜ୍ଜ୍ବଳା ଯୋଜନାକୁ ପ୍ରଶଂସା କରିଥିଲେ।

Comments are closed.