‘ଉଜ୍ଜଳା ସାନିଟାରୀ ନାପକିନ୍‌’ ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

0

ଭୁବନେଶ୍ୱର: କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରସ୍ଥିତ ରେଲୱେ ଅଡିଟୋରିୟମ୍‌ରେ ଉଜ୍ଜଳା ସାନିଟାରୀ ନାପକିନ୍‌ ପ୍ରସ୍ତୁତି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ୨.୯୪ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରାଥମିକ ପର୍ୟ୍ୟାୟରେ ରାଜ୍ୟରେ ୧୦୦ଟି ସ୍ଥାନରେ ସାନିଟାରୀ ନାପକିନ୍ ମ୍ୟାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ କରାଯାଇଛି । ଓଡ଼ିଶାରେ ମହିଳାଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସ୍ୱଚ୍ଛତାକୁ ଉନ୍ନତ କରିବା ଏବଂ ରୋଜଗାରକ୍ଷମ କୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ଏଥିରେ ପ୍ରତି ୟୁନିଟ୍‌ରେ ପ୍ରାୟ ୧୦ରୁ ୧୨ ଜଣ ମହିଳା କାର୍ୟ୍ୟ କରିବେ । ୧୦୦ଟି ୟୁନିଟ୍ ରେ ଦୈନିକ ୧୨୦୦ରୁ ୨୦୦୦ ପ୍ୟାଡ୍ ଉତ୍ପାଦନ ହେବ । ଏହା ପରେ ୫୦୦ଟି ୟୁନିଟ୍‌ରେ ୫୦୦୦ମହିଳାଙ୍କୁ ନିଯୁକ୍ତି କରାଯିବ । ଏଥିରେ ଉଜ୍ଜଳା ଦିଦିଙ୍କୁ ନିଯୁକ୍ତ କରାଯିବ । ସେମାନେ ଘର ଘର ବୁଲି ବାଳିକା, ଯୁବତୀ ଓ ମହିଳାମାନଙ୍କୁ ସାନିଟରୀ ନାପକିନ୍‌ର ବ୍ୟବହାର ଓ ତାହାର ଉପକାରିତା ବିଷୟରେ ସଚେତନ କରିବା ସହ ଏହାକୁ ବିକ୍ରି କରିବେ । ୮ଟି ପ୍ୟାଡ୍ ଥିବା ପ୍ରତି ପ୍ୟାକେଟ୍‌ର ମୂଲ୍ୟ ୪୨ ଟଙ୍କା ରଖାଯାଇଛି । ଏହା ଦ୍ୱାରା ମହିଳାମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇବା ସହିତ ସ୍ୱାବଲମ୍ବୀ ହୋଇପାରିବେ ବୋଲି କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave A Reply