ସାମ୍ନାକୁ ଆସିଲା ‘ଉଜଡ଼ା ଚମନ’ର ପ୍ରଥମ ପୋଷ୍ଟର

ମୁମ୍ବଇ : ‘ପ୍ୟାର୍‍ କା ପଞ୍ଚନାମା-୨’ ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ବଲିଉଡ଼ ଅଭିନେତା ସନୀ ସିଂହଙ୍କ ଆଗାମୀ ଚଳଚ୍ଚିତ୍ର ‘ଉଜଡ଼ା ଚମନ’ର ପ୍ରଥମ ପୋଷ୍ଟର ମଙ୍ଗଳବାର ରିଲିଜ୍‍ ହୋଇଛି। ଏହି ପୋଷ୍ଟରରେ ସନୀ ଚନ୍ଦା ମୁଣ୍ଡରେ ନଜର ଆସିଛନ୍ତି। ପୋଷ୍ଟରରୁ ଜଣାପଡ଼ୁଛି ଚଳଚ୍ଚିତ୍ରରେ କମେଡ଼ି ଭରପୁର ମାତ୍ରାରେ ଭରି ରହିଛି। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ମାନବୀ ଗଗରୁ, କରିଶ୍ମା ଶର୍ମା ଓ ଐଶ୍ୱର୍ଯ୍ୟା ସଖୁଜାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।
‘ପ୍ୟାର୍‍ କା ପଞ୍ଚନାମା’ ନିର୍ମାତା କୁମାର ମଙ୍ଗତ ପାଠକ ଏବଂ ଅଭିଷେକ ପାଠକଙ୍କ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେଉଛି। ଅଭିଷେକ ପାଠକ ଏହାର ନିର୍ଦ୍ଦେଶନା ଭାର ମଧ୍ୟ ବହନ କରିଛନ୍ତି। ‘ଉଜଡ଼ା ଚମନ’ ଚଳିତ ବର୍ଷ ୮ ନଭେମ୍ବରରେ ପରଦାକୁ ଆସିବ।

Comments are closed.