ନାମଲେଖାପାଇଁ ଆଧାର ବାଧ୍ୟତା ମୂଳକ ନୁହେଁ : ୟୁଆଇଡିଏଆଇ

0

ନୂଆଦିଲ୍ଳୀ : ସ୍କୁଲରେ ନାମଲେଖାପାଇଁ ଆଧାର କାର୍ଡ଼ ବାଧ୍ୟତା ମୂଳକ ନୁହେଁ । ଆଧାର କାର୍ଡ଼ ନ ଥିବାଯୋଗୁଁ କୌଣସି ପିଲା ଯେପରି ନାମଲେଖାରୁ ବଞ୍ଚିତ ନ ହୁଅନ୍ତି, ତାହା ନିଶ୍ଚିତ କରିବାପାଇଁ ୟୁଆଇଡିଏଆଇ ପକ୍ଷରୁ ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ନାମଲେଖା ପାଇଁ ଆଧାର କାର୍ଡ଼ ମାଗିବା ଆଇନ ସମ୍ମତ ନୁହେଁ ଏବଂ ସମ୍ପ୍ରତି ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦ୍ଦେଶର ବିରୁଦ୍ଧାଚରଣ କରିବ ବୋଲି ୟୁଆଇଡିଏଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି । ନାମଲେଖା ପାଇଁ ବିଦ୍ୟାଳୟଗୁଡ଼ିକ ବାର ଅଙ୍କ ବିଶିଷ୍ଟ ବାୟୋମେଟ୍ରିକ୍‍ ପରିଚୟ ପତ୍ରକୁ ପ୍ରାକ୍‍ ସର୍ତ୍ତଭାବେ ଗ୍ରହଣ କରିପାରିବେ ନାହିଁ ବୋଲି ୟୁଆଇଡିଏଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦିଲ୍ଲୀର କେତେକ ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ଼କୁ ବାଧ୍ୟତା ମୂଳକ କରାଯାଉଥିବା ପରିପ୍ରେକ୍ଷୀରେ ୟୁଆଇଡିଏଆଇ ପକ୍ଷରୁ ଏହା କୁହାଯାଇଛି।

Leave A Reply