ୟୁଜିସି ମାର୍ଗଦର୍ଶିକାର ପୁନଃର୍ବିଚାର ପାଇଁ ଅନୁରୋଧ, ବିକଳ୍ପ ମୂଲ୍ୟାୟନ ନିଷ୍ପତ୍ତିକୁ ଅନୁମତି ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଜୁଲାଇ ୬ ତାରିଖରେ ୟୁଜିସି ଦ୍ୱାରା ଜାରି କରାଯାଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟରେ ଅଣ୍ଡରଗ୍ରାଜୁଏଟ୍‌ ଏବଂ େପାଷ୍ଟଗ୍ରାଜୁଏଟ୍‌ ଶେଷବର୍ଷ ସେମିଷ୍ଟାର ପରୀକ୍ଷାବାଧ୍ୟତାମୂଳକ କରାଯାଇଥିବା ପରିେପ୍ରକ୍ଷୀରେ ୟୁଜିସିର ମାର୍ଗଦର୍ଶିକାର ପୁନର୍ବିଚାର କରିବା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିକଳ୍ପ ମୂଲ୍ୟାୟନ ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପୁଣିଥରେ କେନ୍ଦ୍ର ମାନବସଞ୍ଚଳବିକାଶ ମନ୍ତ୍ରୀ ରମେଶ େପାଖରିୟାଲ୍‌ ନିଶଙ୍କଙ୍କୁ ପତ୍ର ଲେଖିଛନ୍ତି। ସୂଚନାେଯାଗ୍ୟ େଯ ଜୁଲାଇ ୯ ତାରିଖରେ ଏହି ମର୍ମରେ ମନ୍ତ୍ରୀ ଡ. ସାହୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ। ମାତ୍ର ଅଦ୍ୟାବଧି ଲେଖିଥିବା ପତ୍ରର କୌଣସି ଉତ୍ତର ରାଜ୍ୟ ସରକାରଙ୍କୁ ମିଳି ନଥିବା ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ପରୀକ୍ଷା ସଂପର୍କରେ ଘୋର ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି। ରାଜ୍ୟ ସରକାର ଏବଂ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ପରୀକ୍ଷା ସଂପର୍କରେ ଦ୍ୱନ୍ଦରେ ରହିଛନ୍ତି। ଏହି ପରିେପ୍ରକ୍ଷୀରେ ମନ୍ତ୍ରୀ ଡ. ସାହୁ ଆଜି କେନ୍ଦ୍ର ମନ୍ତ୍ରୀଙ୍କୁ ଆଉ ଏକ ପତ୍ର ଲେଖିଛନ୍ତି। ମନ୍ତ୍ରୀ ଡ. ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି େଯ ଜୁଲାଇ ୯ ତାରିଖରେ ଲେଖିଥିବା ପତ୍ରର ପ୍ରାୟ ୧୫ ଦିନ ମଧ୍ୟରେ ଭାରତ ତଥା ରାଜ୍ୟର କୋଭିଡ୍‌-୧୯ ସ୍ଥିତି ଅଧିକ ଜଟିଳ ହୋଇଛି। ଆଗାମୀ ମାସଗୁଡ଼ିକରେ ଏହା ଆହୁରି ଅଧିକ ବ୍ୟାପକ ହେବାର ଆଶଙ୍କା ରହିଛି। ଏ ପରିସ୍ଥିତିରେ ୟୁଜିସିର ପରିବର୍ତ୍ତିତ ମାର୍ଗଦର୍ଶିକା ଅନୁଯାୟୀ ଅଣ୍ଡରଗ୍ରାଜୁଏଟ୍‌ ଏବଂ େପାଷ୍ଟଗ୍ରାଜୁଏଟ୍‌ର ଶେଷବର୍ଷ ସେମିଷ୍ଟାର ପରୀକ୍ଷା କରାଇବା ସମ୍ଭବ ନୁହେଁ । ରାଜ୍ୟର ପ୍ରାୟ ୨ ଲକ୍ଷ ଅଣ୍ଡରଗ୍ରାଜୁଏଟ୍‌ ଏବଂ େପାଷ୍ଟଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ ନିମ୍ନ ଏବଂ ମଧ୍ୟବିତ୍ତ ପରିବାରର। ସେମାନଙ୍କ ନିକଟରେ କମ୍ପ୍ୟୁଟର, ଲାପ୍‌ଟପ୍‌ କିମ୍ବା ସ୍ମାର୍ଟଫୋନ୍‌ ନଥିବା ଏବଂ ଗ୍ରାମାଞ୍ଚଳରେ ରହୁଥିବା ଦୃଷ୍ଟିରୁ ଉନ୍ନତ ଇଣ୍ଟରନେଟ୍‌ ସୁବିଧା ଅଭାବରୁ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେବା ସମ୍ଭବ ନୁହେଁ । ଏଥି ସହିତ ଖାତାକଲମରେ କ୍ଲାସ୍‌ରୁମ୍‌ରେ ପରୀକ୍ଷା ଦେବା ଦ୍ୱାରା ସଂକ୍ରମଣର ଆଶଙ୍କା, ସୀମିତ ହଷ୍ଟେଲରେ ଛାତ୍ରଛାତ୍ରୀମାନଙ୍କର ସାମାଜିକ ଦୂରତ୍ୱ ରକ୍ଷା ନ କରି ପାରିବା, ସାଧାରଣ ପରିବହନବ୍ୟବସ୍ଥା ସ୍ୱାଭାବିକ ନ ହେବା, ବେସରକାରୀ ଭଡ଼ାଘରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଘର ମାଲିକ କୋଭିଡ୍‌-୧୯ ଆଶଙ୍କାରେ ଘରେ ରହିବାକୁ ଅନୁମତି ନଦେବା, ଅନେକ ମହାବିଦ୍ୟାଳୟଗୁଡ଼ିକୁ ଜିଲ୍ଲା ପ୍ରଶାସନ ଦ୍ୱାରା କ୍ୱାରାଣ୍ଟାଇନ୍‌ ସେଣ୍ଟର, କୋଭିଡ୍‌ କେୟାର ହୋମ୍‌, କୋଭିଡ୍‌ କେୟାର ସେଣ୍ଟର, କୋଭିଡ୍‌ କେୟାର ହସ୍‌ପିଟାଲ୍‌ରେ ପରିଣତ କରିବା ଆଦି କାରଣ ଯୋଗୁ ସେପ୍ଟେମ୍ବର ୨୦୨୦ ସୁଦ୍ଧା ଅଣ୍ଡରଗ୍ରାଜୁଏଟ୍‌ ଏବଂ େପାଷ୍ଟଗ୍ରାଜୁଏଟ୍‌ ଶେଷବର୍ଷ ସେମିଷ୍ଟାର ପରୀକ୍ଷା କରାଇବା ସମ୍ଭବ ପର ହେବ ନାହିଁ ବୋଲି ମନ୍ତ୍ରୀ ଡ. ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ସଂପ୍ରତି ଭାରତବର୍ଷରେ କୋଭିଡ୍‌-୧୯ ସ୍ଥିତି ଖରାପ ଆଡ଼କୁ ଗତି କରୁଥିବା ପରିେ ପ୍ରକ୍ଷୀରେ ୟୁଜିସି ମାର୍ଗଦର୍ଶିକା ଅନୁଯାୟୀ ସେପ୍ଟେମ୍ବର ୨୦୨୦ ସୁଦ୍ଧା କରାଯିବାକୁ ଥିବା ପରୀକ୍ଷାବିଳମ୍ବ ହୋଇପାରେ। ସେହିପରି କ୍ଷେତ୍ରରେ ଶିକ୍ଷାବର୍ଷ ସଂ ପୂର୍ଣ୍ଣ ଭାବେବାଧା ପ୍ରାପ୍ତ ହେବା ସହିତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଏଥି ସହିତ ଇଣ୍ଟରମିଡିଏଟ୍‌ ବର୍ଷ/ସେମିଷ୍ଟାର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଯଦି ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଗ୍ରହଣ ହୋଇପାରିଛି, ତେବେ ଶେଷବର୍ଷ/ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଏହାକୁ ଗ୍ରହଣ କରିବା ଆବଶ୍ୟକ । େଯଉଁ ସୀମିତ ସଂଖ୍ୟକ ଛାତ୍ରଛାତ୍ରୀ ବିକଳ୍ପ ମୂଲ୍ୟାୟନବ୍ୟବସ୍ଥାରେ ସନ୍ତୁଷ୍ଟ ହେବେ ନାହିଁ, ସେମାନେ କୋଭିଡ୍‌ ସ୍ଥିତି ସୁଧୁରିଲେ ନଭେମ୍ବର/ଡିସେମ୍ବର ମାସରେ ପରୀକ୍ଷା ଦେବାକୁ ନିଶ୍ଚିତ ଏକ ସୁଯୋଗ ପାଇବେ। ବିକଳ୍ପ ମୂଲ୍ୟାୟନବ୍ୟବସ୍ଥାରେ ଶେଷବର୍ଷ/ସେମିଷ୍ଟାର ଫଳ ୨୦୨୦ ଅଗଷ୍ଟ ୩୧ ସୁଦ୍ଧା ଘୋଷଣା କରାଯାଇ ପାରିବ, ଯଦ୍ଦ୍ୱାରା ଶିକ୍ଷାବର୍ଷ ବାଧାପ୍ରାପ୍ତ ହେବ ନାହିଁ । ଏହି ପରିେପ୍ରକ୍ଷୀରେ ଜୁନ୍‌ ୧୮ ତାରିଖରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କ ସହିତ ଅନୁଷ୍ଠିତ ବୈଠକରେ ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଅଣ୍ଡରଗ୍ରାଜୁଲଏଟ୍‌ ଏବଂ େ ପାଷ୍ଟଗ୍ରାଜୁଏଟ୍‌ର ଶେଷବର୍ଷ ସେମିଷ୍ଟାର ପରୀକ୍ଷାକୁବାତିଲ କରି ବିକଳ୍ପ ମୂଲ୍ୟାୟନବ୍ୟବସ୍ଥା ମାଧ୍ୟମରେ ଶେଷବର୍ଷ ଫଳ ପ୍ରକାଶନ ନିମନ୍ତେ ନିଆଯାଇଥିବା ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ଅନୁମତି ପ୍ରଦାନ ସହ ୟୁଜିସି ପକ୍ଷରୁ ଜାରି କରାଯାଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକାର ପୁନର୍ବିଚାର କରିବା ପାଇଁ ମନ୍ତ୍ରୀ ଡ. ସାହୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ ଜଣାଇଛନ୍ତି।

Comments are closed.