୧୯ରୁ ୟୁଜିସି ନେଟ୍‌ ପରୀକ୍ଷା

ଭୁବନେଶ୍ବର : ଏନ୍‌ଟିଏ ଦ୍ବାରା ପରିଚାଳିତ ୟୁଜିସି ନେଟ୍‌ ଜୁନ୍ ସେକ୍ସନ ପରୀକ୍ଷା ନଭେମ୍ବର ୧୯, ୨୧ ଏବଂ ୨୬ରେ ଅନୁଷ୍ଠିତ ହେବ। ଏନେଇ ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନକାରୀ ୱେବସାଇଟ୍‌ (www.csirnet.nta.nic.in)କୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ଼ କରିପାରିବେ। ଚଳିତ ବର୍ଷ ୫ଟି ବିଷୟରେ ୨,୬୨,୬୯୨ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ପଞ୍ଜୀକରଣ କରିଛନ୍ତି। ଏହି ପରୀକ୍ଷା ଅନ୍‌ଲାଇନ୍‌ରେ କରାଯିବ। କୋଭିଡ୍‌ କଟକଣାକୁ ପାଳନ କରି ପରୀକ୍ଷା କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Comments are closed.