ବାତ୍ୟା ଜୱାଦ ପାଇଁ ୟୁଜିସି ନେଟ୍‍ ଓ ଆଇଆଇଟିଏଫ ପ୍ରବେଶିକା ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ବାତ୍ୟା ଜୱାଦ ପାଇଁ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶର କିଛି ସ୍ଥାନରେ ହେବାକୁ ଥିବା ୟୁଜିସି ନେଟ୍‍ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଫରେନ ଟ୍ରେଡ (ଆଇଆଇଟିଏଫ) ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିଛି ଏନଟିଏ । ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା (ଏନଟିଏ) ପକ୍ଷରୁ ଡିସେମ୍ବର ୫ ତାରିଖ ରବିବାର ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ୟୁଜିସି ନେଟ୍‍ ପରୀକ୍ଷା ସ୍ଥଗିତ ରଖାଯାଇଥିବା ସ୍ଥାନଗୁଡିକ ମଧ୍ୟରେ ଭୁବନେଶ୍ୱର, ଗୁଣୁପୁର, କଟକ, ବ୍ରହ୍ମପୁର, ପୁରୀ, ବିଶାଖାପାଟଣା ଆଦି ଅନ୍ତର୍ଭୁକ୍ତ । ଓଡ଼ିଆ, ତେଲୁଗୁ, ସୋସିଆଲ ୱର୍କ, ଲେବର ୱେଲଫେୟାର ମ୍ୟାନେଜମେଣ୍ଟ / ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ / ଲେବର ଆଣ୍ଡ ସୋସିଆଲ ୱେଲଫେୟାର / ହ୍ୟୁମ୍ୟାନ ରିସୋର୍ସ ମ୍ୟାନେଜମେଣ୍ଟ ଆଦି ବିଷୟରେ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ପରୀକ୍ଷା ଘୁଞ୍ଚାଯାଇଥିବା ବିଷୟଗୁଡିକ ନିମନ୍ତେ ଡାଟାସିଟ୍‍ ଅପଲୋଡ କରାଯିବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି । ତେବେ ଓଡ଼ିଶ, ଆନ୍ଧ୍ର ଓ ଅନ୍ୟ ରାଜ୍ୟଗୁଡିକରେ ଅନ୍ୟାନ୍ୟ କେନ୍ଦ୍ରରେ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ । ସେହିଭଳି ଆଇଆଇଏଫଟି ପରୀକ୍ଷାକୁ ବିଜୟୱାଡା, ବିଶାଖାପାଟଣା, ଭୁବନେଶ୍ୱର, ସମ୍ବଲପୁର, କଟକ, କୋଲକାତା ଏବଂ ଦୁର୍ଗାପୁର ଆଦି କେନ୍ଦ୍ରରେ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି । ଏହି ପରୀକ୍ଷା ପାଇଁ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ ।

Comments are closed.