ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା

ବିଶ୍ୱବିଦ୍ୟାଳୟ ତାଲିକାରେ ହେଲା ଅନ୍ତର୍ଭୁକ୍ତ: ଧର୍ମେନ୍ଦ୍ର

ଭୁବନେଶ୍ବର : କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି। ଏନେଇ ୟୁଜିସି ପକ୍ଷରୁ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ଅବଗତ କରାଯାଇଛି। ୟୁଜିସି ଅନୁସଚିବ ଇନ୍ଦ୍ରଜିତ କୌର ଏନେଇ ବୁଧବାର ଚିଠି ଲେଖିଛନ୍ତି। ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ସୂଚନା ଦେବା ସହ ଖୁସିବ୍ୟକ୍ତ କରିଛନ୍ତି।
ଶ୍ରୀ ପ୍ରଧାନ ଟ୍ୱିଟ୍‍ରେ ଉଲ୍ଲେଖ କରିଛନ୍ତି ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍‍) ଅନୁଯାୟୀ ୟୁଜିସି ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଛି। ୟୁଜିସି ଅଧିନିୟମ ୧୯୫୬, ଧାରା ୧୨(ବି) ଅନୁସାରେ ଏହି ବିଶ୍ୱବିଦ୍ୟାଳୟ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ମିଳିବ। ଏହା ନିଶ୍ଚିତ ଭାବରେ ଓଡ଼ିଶାର ଆଇନ ବିଦ୍ୟାର୍ଥୀଙ୍କ ଆଶା ପୂରଣ କରିବ। ଶିକ୍ଷାନୁଷ୍ଠାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂର ଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ନୂଆ ପରିଚୟ ଦେବ ଏବଂ ରାଜ୍ୟରେ ଆଇନ ଶିକ୍ଷାର ମାନ ବଢ଼଼ାଇବ ବୋଲି ଶ୍ରୀ ପ୍ରଧାନ ଆଶାପୋଷଣ କରିଛନ୍ତି।

Comments
Loading...