କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ପଦକ୍ଷେପ

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଓ ଖାତା ମୂଲ୍ୟାୟନ ଘୁଂଚାଇବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ ପକ୍ଷରୁ ମଞ୍ଜୁରିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଏବଂ ଏହା ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହା ଛାଡ କୋଭିଡ-୧୯ର ମୁକାବିଲା ଲାଗି ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଉଚ୍ଚ ଶିକ୍ଷା ସଚିବ ଅବଗତ କରାଇଛନ୍ତି।

– ସମସ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା ମାର୍ଚ୍ଚ ୩୧, ୨୦୨୦ ପରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି
– ପରୀକ୍ଷା ଖାତା ମୂଲ୍ୟାୟନ ମଧ୍ୟ ୩୧ ମାର୍ଚ୍ଚ ପରେ କରିବାକୁ ପରାମର୍ଶ ଦିଆଯାଇଛି
– ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ ଯୋଗାଯୋଗ ରଖିବା ସହିତ ସେମାନଙ୍କୁ ସମସ୍ତ ବିଷୟରେ ନିୟମିତ ସୂଚନା ଦେବା
– ଛାତ୍ରଛାତ୍ରୀଙ୍କ ସନ୍ଦେହର ସମାଧାନ ଲାଗି ହେଲ୍ପ ଲାଇନ ନମ୍ବର, ଇ-ମେଲ ବ୍ୟବସ୍ଥା କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି

କୋଭିଡ-୧୯ ମୁକାବିଲା ଲାଗି ଭୟଭୀତ ନହୋଇ ଦୃଢ଼ତା ରଖିବା ଲାଗି ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକମାନଙ୍କୁ ପରାମର୍ଶ ଦେବା ଲାଗି ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକୁ ୟୁଜିସି ପକ୍ଷରୁ କୁହାଯାଇଛି।

Comments are closed.