ଉଗାଣ୍ଡାରେ ମାଟି ଅତଡା ଧସି ୩୧ ମୃତ

0

କାମପାଲା : ପୂର୍ବ ଉଗାଣ୍ଡାରେ ପ୍ରବଳ ବର୍ଷା ଜନିତ ମାଟି ଅତଡା ଧସି ୩୧ଜଣଙ୍କର ମୃତ୍ୟୁ ହୋଇଛି। ବିପର୍ଯ୍ୟୟ ପ୍ରସ୍ତୁତି କମିଶନର ମାର୍ଟିନ ଓଅର କହିଛନ୍ତି ଯେ ୩୧ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଏହା ବୃଦ୍ଧି ପାଇବା ଆଶଙ୍କା କରାଯାଇଛି। ମାଟି ଅତଡା ଧସିବା ଯୋଗୁଁ ୪-୫ଟି ଗାଁ ସହିତ ଏକ ପ୍ରାଥମିକ ସ୍କୁଲ ପ୍ରଭାବିତ ହୋଇଛି। ସେହିପରି ବନ୍ୟା ଆସି ବୁଡୁଡା ଜିଲା ଅନ୍ତର୍ଗତ ବୁକାଲାସି ସହର ଏକପ୍ରକାର ଧୋଇ ଯାଇଛି। ୨୦୧୦ରେ ବୁଡୁଡା ଜିଲାରେ ଏପରି ମାଟି ଅତଡା ଧସି ୧୦୦ ଲୋକ ପ୍ରାଣ ହରାଇଥିଲେ।

Leave A Reply