ଉଗାଣ୍ଡା ରାଜଧାନୀ କାମ୍ପାଲାରେ ଆତ୍ମଘାତୀ ବୋମା ବିସ୍ଫୋରଣ: ୩ ମୃତ, ଅନେକ ଆହତ, ସମସ୍ତ ଓଡ଼ିଆ ଖେଳାଳି ସୁରକ୍ଷିତ

ଉଗାଣ୍ଡା ରାଜଧାନୀ କାମ୍ପାଲା ଷ୍ଟାଡିଅମ ଠାରୁ ଅଳ୍ପ ଦୂରରେ ଦୁଇଟି ଶକ୍ତିଶାଳୀ ବୋମା ବିସ୍ଫୋରଣ ଯୋଗୁ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ସେଠାରେ ଚାଲିଥିବା ପାରା ଇଣ୍ଟରନେଶନାଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ସାମିଲ ଥିବା ୩ ଓଡ଼ିଆ ଖେଳାଳି ସୁରକ୍ଷିତ ଅଛନ୍ତି। ଏହି ବିସ୍ଫୋରଣରେ କୌଣସି ଖେଳାଳୀଙ୍କର କ୍ଷତି ହୋଇନଥିବା ଜଣାପଡିଛି। ଭାରତୀୟ ଦଳରେ ଥିବା ଓଡ଼ିଶାର ପ୍ରମୋଦ ଭଗତ, ଦୀପରଞ୍ଜନ ବିଶୋଇ ଓ ଦିଲେଶ୍ଵର ରାଓ ସୁରକ୍ଷିତ ଥିବା ସୂଚନା ମିଳିଛି।

ଭାରତୀୟ ପାରା ବ୍ୟାଡମିଣ୍ଟନ ଦଳ ଷ୍ଟାଡିଅମ ନିକଟସ୍ଥ ଏକ ହୋଟେଲରେ ରହୁଥିଲେ ଓ ବିସ୍ଫୋରଣ ହେବା ପରେ ସେମାନଙ୍କୁ ସ୍ଥାନୀୟ ପୁଲିସ ନିଜ ହେପାଜତକୁ ନେବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି।

Comments are closed.