ଋଣ ଶୁଝି ନ ପାରିବାରୁ ଉଗାଣ୍ଡାର ବିମାନବନ୍ଦର ବାଜ୍ୟାପ୍ତ କଲା ଚୀନ୍‌

କମ୍ପାଲା: ଋଣ ପରିଶୋଧ କରି ନ ପାରିବାରୁ ଆଫ୍ରିକୀୟ ଉଗାଣ୍ଡାର ଏକମାତ୍ର ବିମାନବନ୍ଦରକୁ ଦଖଲ କରିନେଇଛି ଚୀନ। ଉଗାଣ୍ଡାର ଏଣ୍ଟାବେସ୍ଥିତ ବିମାନବନ୍ଦର ଓ ତତ୍‌ସଂଲଗ୍ନ ସମ୍ପତ୍ତିକୁ ଚୀନ୍‌ ବାଜ୍ୟାପ୍ତ କରିଛି। ଉଗାଣ୍ଡା ସରକାର ୨୦୧୫ ନଭେମ୍ବର ୧୭ରେ ବେଜିଂର ଏକଜିମ୍‌ ବ୍ୟାଙ୍କରୁ ଋଣ ନେଇଥିଲେ। ଏଥିପାଇଁ ନିଜର ପ୍ରମୁଖ ବିମାନବନ୍ଦରକୁ ଉଗାଣ୍ଡା ସରକାର ବନ୍ଧକ ରଖିଥିଲେ। ଚୁକ୍ତିରେ ଋଣ ପରିଷୋଧରେ ବିଫଳ ହେଲେ ବିମାନ ବନ୍ଦର ବାଜ୍ୟାପ୍ତି ପାଇଁ ସର୍ତ୍ତ ରହିଥିଲା। ଉଗାଣ୍ଡା ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ୟୁସିଏଏ) କହିବାନୁସାରେ ଉଗାଣ୍ଡା ସରକାର ଋଣ ସମ୍ପର୍କରେ ଚୀନ୍‌ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଚୀନ୍‌ ଏହାକୁ ଅଗ୍ରାହ୍ୟ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ଚୀନ୍‌ ଏଭଳି ଭାବରେ ଋଣ ପ୍ରଦାନ କରି ବିଭିନ୍ନ ରାଷ୍ଟ୍ରର ସମ୍ପତ୍ତି ଦଖଲ ସହ ନିଜର ସମ୍ପ୍ରସାରଣ ନୀତି କାର୍ଯ୍ୟକାରୀ କରିବା ଯୋଜନା ଚଳାଇଛି। ଭାରତର ପଡ଼ୋଶୀ ଶ୍ରୀଲଙ୍କା ଏହା ହୃଦ୍‌ବୋଧ କରିସାରିଥିବାବେଳେ ପାକିସ୍ତାନ ଖୁବ୍‌ ଶୀଘ୍ର ଏହାର ଶିକାର ହେବାକୁ ଯାଉଛି।

Comments are closed.