କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଉପରେ ୟୁଜି/ପିଜି ପରୀକ୍ଷା ଦାୟିତ୍ୱ – ମନ୍ତ୍ରୀ ଅରୁଣ କୁମାର ସାହୁ

ଭୁବନେଶ୍ୱର : ୟୁଜି/ପିଜି ପରୀକ୍ଷା ନେଇ ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ସହ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବୈଠକ କରିଛନ୍ତି। ପିଲାମାନେ କିଭଳି ପରୀକ୍ଷା ଦେବେ ସେନେଇ ବୈଠକରେ ଆଲୋଚନା କରିଛନ୍ତି। ପିଲାମାନେ କିଭଳି ପରୀକ୍ଷା ଦେବେ ସେନେଇ ଶିକ୍ଷକଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯିବ। ପିଲାମାନଙ୍କ ମେଣ୍ଟର ଦାୟିତ୍ୱ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦିଷ୍ଟ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦେଖି ମେଣ୍ଟର ବ୍ୟବସ୍ଥା କରାଯିବ। ପ୍ରତି ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଦାୟିତ୍ୱରେ ନିର୍ଦ୍ଦିଷ୍ଟ ସଂଖ୍ୟକ ପିଲା ରହିବେ ଓ ସେମାନେ କିଭଳି ସୁରୁଖୁରୁରେ ପରୀକ୍ଷା ଦେବେ ସେନେଇ ଦୃଷ୍ଟି ଦେବେ। ଅନଲାଇନରେ ହେବାକୁ ଥିବା ପରୀକ୍ଷା କିଭଳି ପିଲାମାନେ ଦେଇପାରିବେ ସେନେଇ ମେଣ୍ଟର ଧ୍ୟାନ ଦେବେ। ଆଜି ଠାରୁ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ନେଇ ବୈଠକ ପରେ ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା ଦେଇଛନ୍ତି। କରୋନା ମହାମାରୀ ପାଇଁ ସୁରକ୍ଷା ଦୃଷ୍ଟିରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅନଲାଇନରେ ପାଠ ପଢା ଚାଲିଛି।

 

Comments are closed.