ଫେବୃଆରୀ ୧୦ରୁ ପିଜି ଓ ୟୁଜି କ୍ଲାସ

ଭୁବନେଶ୍ଵର: ଫେବୃଆରୀ ୧୦ରୁ ଆରମ୍ଭ ହେବ ପିଜି କ୍ଲାସ ପାର୍ଟ-୧ କ୍ଲାସ। ପ୍ରି-ଫାଇନାଲ୍‌ ଇୟର କ୍ଲାସ ମଧ୍ୟ ଫେବୃଆରୀ ୧୦ରୁ ଆରମ୍ଭ ହେବ। ୧୦ରୁ କ୍ଲାସ ଆରମ୍ଭ ହେବାକୁ ଥିବାରୁ ୮ରୁ ଖୋଲିଯିବ ହଷ୍ଟେଲ୍‌। କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି କ୍ଲାସ ହେବ। ୟୁଜି ତୃତୀୟ ସେମିଷ୍ଟାର ଏବଂ ପଞ୍ଚମ ସେମିଷ୍ଟାର ପରୀକ୍ଷା ଏପ୍ରିଲ୍‌ ୧୯ରୁ ହେବ। ଏପ୍ରିଲ୍‌ ୧୯ରୁ ଆରମ୍ଭ ହୋଇ ୩୦ ଏପ୍ରିଲ୍‌ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ମେ’ ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି।


ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ କରୋନା ଗ୍ରାଫ ଏବେ ତଳମୁହାଁ ରହିଛି। ବିଭିନ୍ନ କ୍ଷେତ୍ରରେ ଲାଗିଥିବା କଟକଣାକୁ ଧିରେ ଧିରେ କୋହଳ କରାଯାଉଛି। କରୋନା କଟକଣା ଯୋଗୁ ଦୀର୍ଘ ୧୦ ମାସ ହେବ କଲେଜ ଓ ୟୁନିଭର୍ସିଟିରେ ଶିକ୍ଷା ଦାନ ଏକ ପ୍ରକାର ବନ୍ଦ ହୋଇପଡ଼ିଥିଲା। ଏବେ କରୋନା ସ୍ଥିତିରେ ପରିବର୍ତ୍ତନ ହେଉଥିବାରୁ ଟ୍ରାକ୍‌କୁ ଫେରୁଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା। ପୂର୍ବରୁ ପିଜି, ୟୁଜି ଫାଇନାଲ ସେମିଷ୍ଟାର କ୍ଲାସ ଖୋଲିସାରିଥିବା ବେଳେ ଫେବୃଆରୀ ଗାଇଡଲାଇନ୍‌ରେ ଆଉ କିଛି ଶିକ୍ଷାନୁଷ୍ଠାନ ଖୋଲାଯିବା ନିମନ୍ତେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି।

Comments are closed.