ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଦ୍ୟମ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ପଟିଆ ଅଞ୍ଚଳର ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଦ୍ୟମ ଟ୍ରଷ୍ଟ ପକ୍ଷରୁ ବୁଧବାର ରାସନ କାର୍ଡ ନ ଥିବା ହିତାଧିକାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଫାଉଣ୍ଡେସନର ମୁଖ୍ୟ ପରିଚାଳକ ଦିଲିପ ସ୍ବାଇଁଙ୍କ ନେତୃତ୍ବରେ ମହାମାରୀ କରୋନା ଲକଡାଉନ ସମୟରେ ସରକାରୀ ଯୋଜନାରୁ ବଞ୍ଚିତ ରହିଯାଇଥିବା ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ଦିଲିପଙ୍କ କହିବା ଅନୁଯାୟୀ, ଯେଉଁମାନେ ସରକାରୀ ଯୋଜନାରୁ ବଞ୍ଚିତ ରହିଯାଉଛନ୍ତି ସେମାନଙ୍କ ପାଖରେ ପହଞ୍ଚିବା ‘ଉଦ୍ୟମ ଟ୍ରଷ୍ଟ’ କେବଳ ଉଦ୍ୟମ ଜାରି ରଖିଛି। ଏହାସହ କରୋନା ସଂକ୍ରମଣରୁ କିପରି ନିଜକୁ ରକ୍ଷା କରିପାରିବ ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏହି ମହତ କାର୍ଯ୍ୟରେ ‘ଉଦ୍ୟମ ଟ୍ରଷ୍ଟ’ର ସମସ୍ତ ସ୍ବେଚ୍ଛାସେବୀ ନିଜକୁ ନିୟୋଜିତ କରିଥିଲେ ।

Comments are closed.