ଇସ୍ତଫା ଦେଲେ ଉଦ୍ଧବ ଠାକରେ: କହିଲେ ମୁଁ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରୁଛି, ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାରେ ମୋର କିଛି ଦୁଃଖ ନାହିଁ

ମହାରାଷ୍ଟ୍ର: ଇସ୍ତଫା ଦେଲେ ଇଦ୍ଧବ ଠାକରେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫାଦେଲେ ଉଦ୍ଧବ ଠାକରେ। ବିଧାନସଭା ପରିଷଦରୁ ମଧ୍ୟ ଇସ୍ତଫାଦେଲେ। ମୁଁ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରୁଛି, ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାରେ ମୋର କିଛି ଦୁଃଖ ନାହିଁ। ଶିବସେନାକୁ କେହି ମୋଠାରୁ ଅଲଗା କରିପାରିବେନି ବୋଲି ଇସ୍ତଫା ଦେବା ପରେ ଉଦ୍ଧବ ଠାକରେ ପ୍ରତିକ୍ରିୟା ରଖିଛନ୍ତି।
ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ହାର ମାନି ନେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆଜି ସୁପ୍ରିମକୋର୍ଟ ଆସ୍ଥା ଭୋଟ ବା ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବାକୁ ମନା କରିବା କ୍ଷଣୀ ଉଦ୍ଧବ ଠାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ମହାରାଷ୍ଟ୍ର ବିଧାନ ପରିଷଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

ଉଦ୍ଧବ ଠାକରେଙ୍କ ଇସ୍ତଫା ସହ ମହାରାଷ୍ଟ୍ରରେ ଚାଲିଥିବା ମହା ବିକାଶ ଅଘାଡ଼ି(ଏମଭିଏ) ସରକାରର ପତନ ଘଟିଛି। ଏହି ମେଣ୍ଟ ସରକାରରେ ଶିବସେନା, ଏନସିପି ଓ କଂଗ୍ରେସ ରହିଥିଲେ। ତେବେ ଶିବସେନାର ୪୦ରୁ ଅଧିକ ବିଧାୟକ ବିଦ୍ରୋହ ଘୋଷଣା କରିବାକୁ ଏମଭିଏ ସରକାର ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଇଥିଲା। ଏବେ ଏହି ସଙ୍କଟକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଇଛନ୍ତି। ସେ କହିଛନ୍ତି ଯେ ସମର୍ଥନ ପାଇଁ ଏନସିପି ସୁପ୍ରିମୋ ଶରଦ ପାୱାର ଓ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଧନ୍ୟବାଦ ଜଣାଉଛି। ଦୀର୍ଘ ଅଢ଼େଇ ବର୍ଷ କାଳ ସେମାନଙ୍କ ସମର୍ଥନରେ ଏମଭିଏ ସରକାର ରାଜ୍ୟରେ ଅନେକ ଭଲ କାମ କରିଛି। ତେବେ ନିଜ ଲୋକଙ୍କ ବିଦ୍ରୋହ ଯୋଗୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି।

Comments are closed.