ଏନଆରସିର ପ୍ରଭାବ ସବୁ ଧର୍ମ ଉପରେ ପଡ଼ିବ, ମହାରାଷ୍ଟ୍ରରେ ଏହାକୁ ଲାଗୁ କରିବାକୁ ଦେବୁ ନାହିଁ : ଉଦ୍ଧବ ଠାକରେ

ମୁମ୍ବଇ : ଜାତୀୟ ନାଗରିକ ପଞ୍ଜିକା(ଏନଆରସି)ର ପ୍ରଭାବ ହିନ୍ଦୁ ମୁସଲମାନ ଠାରୁ ଆରମ୍ଭ କରି ସମସ୍ତ ଧର୍ମ ଉପରେ ପଡ଼ିବ। ତେଣୁ ଏହାକୁ ମହାରାଷ୍ଟ୍ରରେ କୌଣସି ପରିସ୍ଥିତିରେ ଲାଗୁ କରିବାକୁ ଦେବୁନାହିଁ। ଏଭଳି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଉଦ୍ଧବ ବୁଧବାର ଏନଆରସିକୁ ନେଇ ଏଭଳି କହିଥିବା ବେଳେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରିଛନ୍ତି।
ଉଦ୍ଧବ ସିଏଏକୁ ସମର୍ଥନ କରି କହିଛନ୍ତି ଯେ, ସିଏଏକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ମୁଁ ବିଶ୍ବାସର ସହ କହୁଛି ଯେ ସିଏଏ ଭାରତୀୟ ନାରଗରିକଙ୍କର କୌଣସି କ୍ଷତି କରିବ ନାହିଁ। ମାତ୍ର ଏନଆରସିର ସିଧାସଳଖ ପ୍ରଭାବ ହିନ୍ଦୁ ମାନଙ୍କ ଉପରେ ପଡ଼ିବ। ତେଣୁ ରାଜ୍ୟରେ କେବେ ହେଲେ ଏହାକୁ ଲାଗୁ ହେବାକୁ ଦେବୁ ନାହିଁ।

Comments are closed.