ରାହୁଲ୍‍ଙ୍କ ଭାଷା ଦୋହରାଇଲେ ଉଦ୍ଧବ

0

ମୁମ୍ବଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧିଙ୍କ କଥାକୁ ଦୋହରାଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‍ରେ। ମହାରାଷ୍ଟ୍ରର ପାନ୍ଧାରପୁରଠାରେ ଏକ ଜନସମାବେଶକୁ ସମ୍ବୋଧିତ କରିବା ଅବସରରେ ଉଦ୍ଧବ କହିଛନ୍ତି ଯେ ‘ଚୌକିଦାର ହି ଚୋର ହେ(ଚୌକିଦାର ହିଁ ଚୋର)’। ଅବଶ୍ୟ ରାଫେଲ୍‍ ଡିଲ୍‍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲ୍‍ ଉପରୋକ୍ତ ଶବ୍ଦରେ କଟାକ୍ଷ କରିଥିବା ବେଳେ ଉଦ୍ଧବ ଭିନ୍ନ ପ୍ରସଙ୍ଗରେ ଏହି ଶବ୍ଦ ପ୍ରୟୋଗ କରିଛନ୍ତି।
ଉଦ୍ଧବ କହିଛନ୍ତି ଯେ ଥରେ ଜଣେ କୃଷକ ତାଙ୍କୁ ଏକ ଲେମ୍ବୁ ଗଛ ଦେଖାଇଥିଲେ। ସାଧାରଣତଃ କୀଟନାଶକ ପାଇଁ ଲେମ୍ବୁଗଛ ବ୍ୟବହାର କରାଯାଇଥାଏ। ତେଣୁ ଲେମ୍ବୁଗଛରେ ରୋଗ ପୋକ ଲାଗିବା ସମ୍ଭାବନା କମ୍‍। କିନ୍ତୁ କୃଷକ ଦେଖାଇଥିବା ଉକ୍ତ ଲେମ୍ବୁ ଗଛକୁ ରୋଗ ପୋକରୁ ବଞ୍ଚାଇବା ପାଇଁ କୀଟନାଶକ ପ୍ରୟୋଗ କରାଯାଇଥିଲା। ଏହାର ପ୍ରତିକ୍ରିୟାରେ ଉଦ୍ଧବ କହିଥିଲେ ଯେ ଏବେ ସୁରକ୍ଷା ପାଇଁ ନିୟୋଜିତ ବ୍ୟକ୍ତି ହିଁ ଚୋରି କରୁଛନ୍ତି। ଅବଶ୍ୟ ରାଫେଲ୍‍ ପ୍ରସଙ୍ଗରେ ମଧ୍ୟ ଉଦ୍ଧବ ମତ ଦେଇଛନ୍ତି। ରାଫେଲ୍‍ କ୍ରୟ ଚୁକ୍ତିରେ ଅନେକ ଅନିୟମିତତା ହୋଇଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏଥିସହିତ ସେନାଙ୍କ ଦରମା ବଢ଼ାଇବା ଲାଗି ମୋଦୀ ମନା କରିଦେଇଥିବା ସୂଚନା ଦେଇଛନ୍ତି।

Comments
Loading...