ଉଦୟପୁର ହିଂସା: ଅଭିଯୁକ୍ତଙ୍କୁ କୋର୍ଟ ପରିସରରେ ପିଟିଲେ ଲୋକେ

ଉଦୟପୁର: ରାଜସ୍ଥାନ ଉଦୟପୁରରେ ଟେଲର କହ୍ନେୟା ଲାଲଙ୍କୁ ଗଳା କାଟି ହତ୍ୟା କରାଯିବା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ଉଦୟପୁର ହିଂସା ଅଭିଯୁକ୍ତଙ୍କୁ କୋର୍ଟ ପରିସରରେ ସ୍ଥାନୀୟ ଲୋକେ ପିଟିଥିବା ସୂଚନା ମିଳିଛି। ଏନଆଇଏ କୋର୍ଟରେ ହାଜରବେଳେ ଟାଣି ଆଣି ୪ ଅଭିଯୁକ୍ତଙ୍କୁ ପିଟିଲେ ସ୍ଥାନୀ ଲୋକେ। ଅଭିଯୁକ୍ତଙ୍କୁ ହେପାଜତକୁ ନେବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ୪ ଅଭିଯୁକ୍ତଙ୍କୁ ୧୦ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି। କହ୍ନେୟାଲାଲଙ୍କୁ ମୁଣ୍ଡକାଟି ହତ୍ୟା ପାଇଁ ଲାଗି ରହିଛି ଉତ୍ତେଜନା। ନୁପୂର ଶର୍ମାଙ୍କ ମନ୍ତବ୍ୟକୁ ସମର୍ଥନ ପାଇଁ କହ୍ନେୟାଙ୍କୁ ହତ୍ୟା କରାଯାଇଥିଲା।
ଦୁଇ ଜଣ ଯୁବକ ଗ୍ରାହକ ବେଶରେ ଆସି କହ୍ନେୟା ଲାଲଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ। ପୁଲିସ ଏହି ଘଟଣାରେ ମହମ୍ମଦ ରିୟାଜ ଓ ଗସ ମହମ୍ମଦଙ୍କୁ ମିଶାଇ ୪ଜଣଙ୍କୁ ଗିରଫ କରିଛି।

Comments are closed.