ଦ୍ବିତୀୟ ବିବାହ ପାଇଁ ବାପାକୁ ହତ୍ୟା କଲା ପୁଅ

0

ଉଦଳା: ପୁଣି ପିତୃହନ୍ତା ସାଜିଲା ପୁଅ। ଖଟ ଖୁରାରେ ବାପାକୁ ପିଟି ପଟି ହତ୍ୟା କରିଛି ପୁଅ । ଏଭଳି ଏକ  ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ୬ ନମ୍ୱର ୱାର୍ଡରେ ଘଟିଛି। ମୃତକଙ୍କ ନାମ ହେଲା  କ୍ଷୀର ପଢ଼ିଆଳ(୬୭) ଓ ଅଭିଯୁକ୍ତ ପୁଅ ସତ୍ୟବାନ ପଢିଆଳ(୨୮) ବୋଲି ଜଣାପଡିଛି। ଅଭିଯୁକ୍ତ ପୁଅକୁ ଉଦଳା ଥାନା ପୁଲିସ ଗିରଫ କରିଛି।

ସୂଚନାଯୋଗ୍ୟ, ସତ୍ୟବାନ ଦ୍ୱିତୀୟ ବିବାହ କରିବାକୁ ଜିଦି ଧରିଥିଲେ। ଏହି କଥାକୁ ନେଇ ଗତକାଲି ରାତିରେ ବାପା-ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ସତ୍ୟବାନ ଉତକ୍ଷିପ୍ତ ​‌ହୋଇ ଏକ ଖଟ ଖୁରା ବାପାକୁ ଆକ୍ରମଣ କରିଥିଲ।। ଏହି ଘଟଣା ପରେ ଗାଁଲୋକ ସତ୍ୟବାନଙ୍କୁ କାବୁ କରି ଏକ ଗଛରେ ବାନ୍ଧି ଦେଇଥିଲେ ଓ ପରେ ଗୁରୁତର ଅବସ୍ଥାରେ କ୍ଷୀର ପଢିଆଳଙ୍କୁ ନିକଟସ୍ଥ ଡାକ୍ତଖାନାରେ ଭର୍ତ୍ତି କରିଥିଲେ । ସେଠାର ତାଙ୍କର ମୃତ୍ୟୁ ଘଟିଥିଲା। ବାପାକୁ ହତ୍ୟା କରିଥିବା ନେଇ ସତ୍ୟବାନ ପୁଲିସ ଆଗରେ ସ୍ବୀକାର କରିଛି।

 

Leave A Reply