ଉଦଳା ଉପକାରାଗାରରେ ୨୧ ଜଣ ବିଚାରାଧୀନ କଏଦୀ କରୋନା ସଂକ୍ରମିତ

ଉଦଳା : ମୟୁରଭଞ୍ଜ ଜିଲା ଉଦଳା ଉପକାରାଗାରରେ ୨୧ ଜଣ ବିଚାରାଧୀନ କଏଦୀ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୋମବାର ଖବର ମିଳିଛି।  । ଏହି ଖବର ପ୍ରସାରିତ ‌ହେବାପରେ ଉଦଳା ଏନ୍ ଏ ସି ପକ୍ଷରୁ ସମଗ୍ର ଉପକାରାଗାର ବିଶୋଧନ କରାଯାଇଛି। ଏହି ସଂକ୍ରମିତ ଙ୍କୁ ସଙ୍ଗରୋଧ ରେ ରଖାଯାଇଛି। ଏମାନଙ୍କ ମଧ୍ୟରୁ କେହି ଗୁରୁତର ହେଲେ କୋଭିଡ କେୟାର ହେଲଥ ସେଣ୍ଟରକୁ‌ ପଠାଯିବ ବୋଲି ‌ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ ପାଇଛି।

Comments are closed.