ଦେଶରେ ଉବର ଆରମ୍ଭ କଲା ଅଟୋ ରିଟେଲ ସେବା; ଘଣ୍ଟାକୁ ଭଡ଼ା ୧୬୯ ଟଙ୍କା

ପ୍ରଥମ ପର୍ଯ୍ୟାୟରେ ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ ଓ ପୁନେରେ କାର୍ଯ୍ୟକ୍ଷମ ହେବ ଏହି ସେବା

ବେଙ୍ଗାଲୁରୁ: ଉବର  ଭାରତରେ ଅଟୋ ଭଡ଼ା ସେବା ପୂର୍ବରୁ କାର୍ଯ୍ୟକାରୀ କରି ଆସୁଛି । ଏବେ କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଛି ରିଟେଲି ସେବା । ଅର୍ଥାତ୍ ଘଣ୍ଟା ହିସାବରେ ଜଣେ ବ୍ୟକ୍ତି ଉବର ଗାଡ଼ି ଭଡ଼ା ନେଇ ପାରିବେ । ଏହି ବ୍ୟବସ୍ଥା ୨୪ ଘଣ୍ଟିଆ ଉପଲବ୍ଧ ହେବ ଏବଂ ଜଣେ ବ୍ୟକ୍ତି ଦିନକୁ ସର୍ବାଧିକ ୮ ଘଣ୍ଟା ପର୍ଯ୍ୟନ୍ତ ଗାଡ଼ି ଭଡ଼ା ନେଇ ପାରିବେ । ୧୦ କିଲୋମିଟର ଯାତ୍ରା କିମ୍ବା ୧ ଘଣ୍ଟା ପାଇଁ ୧୬୯ ଟଙ୍କା ଭଡ଼ା ଦେବାକୁ ପଡ଼ିବ । ଏହି ଅବସରରେ ଗ୍ରାହକ ବିଭିନ୍ନ ସ୍ଥାନରେ ଗାଡ଼ି ରୋକି ନିଜ କାର୍ଯ୍ୟ ପୂରଣ କରିପାରିବେ ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ବର୍ତମାନ ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ,ଚେନ୍ନଇ ଓ ପୁନେରେ ଏହି ସେବା ଉପଲବ୍ଧ ହେବ ଏବଂ ପରବର୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ସହରକୁ ଏଥିରେ ସାମିଲ କରାଯିବ । ଉବର ଦକ୍ଷିଣ ଏସିଆ ମାର୍କେଟିଂ ମୁଖ୍ୟ ନୀତିଶ ଭୂଷଣଙ୍କ ସୂଚନା ଅନୁସାରେ ଏହାଦ୍ବାରା ଉଭୟ ଗ୍ରାହକ ଓ ଚାଳକ ଲାଭବାନ ହେବେ ।

Comments are closed.