ଖ୍ରୀଷ୍ଟିଆନଙ୍କ ପ୍ରତ୍ୟର୍ପଣର ଶ୍ରେୟ ମୋଦୀଙ୍କୁ ଦେଲେ ୟୁଏଇ ରାଷ୍ଟ୍ରଦୂତ

0

ନୂଆଦିଲ୍ଲୀ : ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତିର ଅଭିଯୁକ୍ତ ଖ୍ରୀଷ୍ଟିଆନ ମିସେଲଙ୍କ ଭାରତ ପ୍ରତ୍ୟର୍ପଣ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରଦୂତ ଡ. ଅହମ୍ମଦ ଆଲବାନା। ନୂଆଦିଲ୍ଲୀରେ ଅବସ୍ଥାପିତ ୟୁଏଇ ରାଷ୍ଟ୍ରଦୂତ ଆଲବାନା କହିଛନ୍ତି ଯେ ଖ୍ରୀଷ୍ଟିଆନଙ୍କ ପ୍ରତ୍ୟର୍ପଣ ପାଇଁ ମୋଦୀ ବ୍ୟକ୍ତିଗତ ଭାବେ ୟୁଏଇ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ। ମୋଦୀଙ୍କ ଏହି ଯୋଗାଯୋଗ ଦୁଇଦେଶର କୂଟନୈତିକ ସମ୍ପର୍କକୁ ମଜଭୁତ କରିଥିଲା ଓ ଖ୍ରୀଷ୍ଟିଆନଙ୍କ ପ୍ରତ୍ୟର୍ପଣ ପାଇଁ ବାଟ କଢାଇଥିଲା ବୋଲି ଆଲବାନା କହିଛନ୍ତି। ବ୍ରିଟିଶ ନାଗରିକ ଖ୍ରୀଷ୍ଟିଆନଙ୍କୁ ୨୦୧୮ ଡିସେମ୍ବର ୪ରେ ୟୁଏଇ ସରକାର ଭାରତ ପ୍ରତ୍ୟର୍ପଣ କରିଥିଲେ।

Leave A Reply