ଆସନ୍ତା ସପ୍ତାହରେ ୟୁଏଇ ଯିବେ ବିସିସିଆଇ ପ୍ରତିନିଧି

ମୁମ୍ବଇ : ସେପ୍ଟେମ୍ବର ୧୯ରୁ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଆଇପିଏଲ୍‍ର ୧୩ଶ ସଂସ୍କରଣ ଅନୁଷ୍ଠିତ ହେବ। ଏହାର ମାସକ ପୂର୍ବରୁ ବିସିସିଆଇର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ୟୁଏଇ ଗସ୍ତରେ ଯିବ। ଅଗଷ୍ଟ ୩ୟ ସପ୍ତାହରେ ୟୁଏଇ ଯିବାକୁ ଥିବା ଏହି ପ୍ରତିନିଧି ଦଳ ୟୁଏଇରେ ଆଇପିଏଲ୍‍ ଆୟୋଜନର ପ୍ରସ୍ତୁତିର ତଦାରଖ କରିବେ। ୟୁଏଇରୁ ପ୍ରକାଶିତ ସମ୍ବାଦପତ୍ର ଗଲ୍‍ଫ ନ୍ୟୁଜ୍‍ ଅନୁସାରେ ବିସିସିଆଇର ଏହି ପ୍ରତିନିଧି ଦଳରେ ରହିବେ ଆଇପିଏଲ୍‍ ଅଧ୍ୟକ୍ଷ ବ୍ରିଜେଶ ପଟେଲ, ବିସିସିଆଇର ଅନ୍ତରୀଣ ସିଇଓ ହେମାଙ୍ଗ ଅମିନ୍‍ ଏବଂ ଅନ୍ୟ ଅଧିକାରୀମାନେ। ସୋମବାର ଆଇପିଏଲ୍‍ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଘୋଷଣା କରିଥିଲେ ଯେ ୟୁଏଇରେ ଆଇପିଏଲ୍‍ ଆୟୋଜନ ପାଇଁ ଭାରତ ସରକାର ଅନୁମତି ଦେଇଛନ୍ତି। ଏହାପରେ ଚଳିତବର୍ଷ ଆଇପିଏଲ୍‍ର ପ୍ରାୟୋଜକ ହେବା ଲାଗି ବିିସିସିଆଇ ଟେଣ୍ଡର ଆହ୍ୱାନ ମଧ୍ୟ କରିଛନ୍ତି। ଅଗଷ୍ଟ ୧୪ ଏହାର ଶେଷ ତାରିଖ।

Comments are closed.