୧୯ବର୍ଷରୁ କମ ବିଶ୍ୱକପ କ୍ରିକେଟ : ଆସନ୍ତାକାଲି ଭାରତ-ବାଂଲାଦେଶ ଫାଇନାଲ

ଦକ୍ଷିଣ ଆଫ୍ରିକା : ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ୧୯ବର୍ଷରୁ କମ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚରେ ଆସନ୍ତାକାଲି(ରବିବାର) ଭାରତ-ବାଂଲାଦେଶ ମୁହାଁମୁହିଁ ହେବେ। ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ଟିମକୁ ଏକତରଫା ଭାବେ ପରାସ୍ତ କରି ଭାରତର ମନୋବଳ ଦୃଢ ରହିଛି। ଏହି ଫାଇନାଲ ମ୍ୟାଚକୁ ଜିତିଲେ ଭାରତ ୫ମ ଥର ପାଇଁ ବିଶ୍ବକପ ବିଜେତା ହେବ।
ସେହିପରି ବାଂଲାଦେଶ ଦଳ ଏହି ମ୍ୟାଚକୁ ଜିତି ବିଶ୍ବକପ ନିଜ ନାମରେ କରିବାକୁ ଚାହିଁବ। ଗତ ୦୬ତାରିଖରେ ପ୍ରତିଦ୍ବନ୍ଦୀ ନ୍ୟୁଜିଲାଣ୍ଡକୁ ୬ୱିକେଟରେ ହରାଇବା ପରେ ବାଂଲାଦେଶ ଖେଳାଳିମାନଙ୍କର ମନୋବଳ ଦୃଢ ରହିଛି। ଦ୍ବିପ୍ରହର ଦିନ ୧ଟା୩୦ରୁ ଏହି ମ୍ୟାଚ ଆରମ୍ଭ ହେବ।

Comments are closed.