ଆମେରିକା ପ୍ରଫେସରଙ୍କ ଭବିଷ୍ୟବାଣୀ: ଟ୍ରମ୍ପ ହାରିବେ

ୱାଶିଂଟନ୍ : ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ନେଇ ୨୦୧୬ରେ ଭବିଷ୍ୟବାଣୀ କରିଥିବା ଆେମରିକାନ୍‌ ୟୁନିଭର୍ସିଟି​ ଇତିହାସ ପ୍ରଫେସର ଆଲେନ ଲିଚମ୍ୟାନ୍‌ ଏବେ ତାଙ୍କର ସମ୍ଭାବ୍ୟ ପରାଜୟ ସମ୍ପର୍କରେ ସୂଚନା ଦେଇଛନ୍ତି। ନିର୍ବାଚନରେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବିଡେନ ବିଜୟୀ ହେବେ​ ବୋଲି ସେ କହିଛନ୍ତି। ପୂର୍ବରୁ ସେ ରୋନାଲ୍ଡ ରେଗନଙ୍କ ବିଜୟ ସମ୍ପର୍କରେ ମଧ୍ୟ ଭବିଷ୍ୟବାଣୀ କରିଥିଲେ। ସେ ମୋଟ ୪୦ଟି ନିର୍ବାଚନ ସମ୍ପର୍କରେ ଭବିଷ୍ୟବାଣୀ କରିଛନ୍ତି ଯାହା ସତ ହୋଇଛି। ସେଥିପାଇଁ ତାଙ୍କୁ ‘ଆମେରିକା ନିର୍ବାଚନରରେ​‌ନାଷ୍ଟ୍ରାଡାମ୍ସ’ ବୋଲି କୁହାଯାଏ। ଲିଚମ୍ୟାନ୍‌ ‘୧୩ କିଜ୍‌ (ଚାବି) ଟୁ ହ୍ବାଇଟ ହାଉସ୍‌’ ବିଶ୍ଳେଷଣ ଆଧାରେ ଭବିଷ୍ୟବାଣୀ କରିଛନ୍ତି। ଏହି ୧୩ ଚାବି ବିଭିନ୍ନ ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଆଧାରିତ।

Comments are closed.