ଶ୍ରୀଲଙ୍କାରେ ଅଧିକ ଆକ୍ରମଣ ନେଇ ଆମେରିକାର ସତର୍କ ସୂଚନା

କଲମ୍ବୋ : ଶ୍ରୀଲଙ୍କାରେ ଅଧିକ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଆମେରିକା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆମେରିକା କହିଛି ଯେ ଏପ୍ରିଲ ୨୧ ଇଷ୍ଟରରେ ଆକ୍ରମଣ ଘଟାଇଥିବା ଆତଙ୍କବାଦୀ ସଂଗଠନର ସଦସ୍ୟମାନେ ଏବେ ବି ସକ୍ରିୟ ରହିଛନ୍ତି। ସେମାନଙ୍କୁ ଗିରଫ କରିବାରେ ଶ୍ରୀଲଙ୍କା ସରକାର ବିଫଳ ହୋଇଛନ୍ତି। ତେଣୁ ସେମାନେ ଆଗାମୀ ଦିନରେ ଆହୁରି ଆକ୍ରମଣ ଘଟାଇବେ। କଲମ୍ବୋସ୍ଥିତ ଆମେରିକା ଦୂତାବାସ ମୁଖପାତ୍ର ନାନ୍ସି ଭାନହର୍ଣ୍ଣ କହିଛନ୍ତି ଯେ ଆମେରିକା ଜାଣିଛି ଯେ ଇଷ୍ଟର ଆକ୍ରମଣର ଷଡଯନ୍ତ୍ରକାରୀମାନେ ଏବେ ଖୋଲାରେ ବୁଲୁଛନ୍ତି। ଏହା ପୂର୍ବରୁ ଆମେରିକା ଏହାର ନାଗରିକଙ୍କୁ ସତର୍କ ସୂଚନା ଜାରି କରିଥିଲା।

Comments are closed.