ଜାତିସଂଘସ୍ଥିତ ଭାରତୀୟ ଅଧିକାରୀଙ୍କ ବିରୋଧରେ ଯୌନ ବ୍ୟଭିଚାର ଅଭିଯୋଗ

0

ୱାଶିଂଟନ : ଜାତିସଂଘସ୍ଥିତ ଜଣେ ଭାରତୀୟ ଅଧିକାରୀଙ୍କ ବିରୋଧରେ ଯୌନ ବ୍ୟଭିଚାର ଅଭିଯୋଗ ଆସିଛି। ଅଭିଯୋଗ ଉପରେ ତଦନ୍ତ ଚାଲିଥିବା ଜଣାଯାଇଛି। ପ୍ରାୟ ୮ଜଣ ବ୍ୟକ୍ତି ଉକ୍ତ ଭାରତୀୟଙ୍କ ବିରୋଧରେ ଯୌନ ବ୍ୟଭିଚାର ଅଭିଯୋଗ ଆଣିଛନ୍ତି। ମହିଳା ସଶକ୍ତୀକରଣ ପାଇଁ କାର୍ଯ୍ୟ କରୁଥିବା ଜାତିସଂଘର ଏକ ସଂସ୍ଥାରେ ଉକ୍ତ ଭାରତୀୟ ଜଣଙ୍କ କାର୍ଯ୍ୟକରୁଛନ୍ତି। ତେବେ ଜାତିସଂଘର ଉକ୍ତ ସଂସ୍ଥା ଏ ବାବଦରେ ସବିଶେଷ ତଥ୍ୟ ଦେବାକୁ ମନା କରିଛନ୍ତି। ଉକ୍ତ ସଂସ୍ଥା ଅଭିଯୋଗର ସତ୍ୟତାକୁ ଗ୍ରହଣ କରି ନାହାନ୍ତି କି ଏହାକୁ ସ୍ୱୀକାର କରିନାହାନ୍ତି। ଏପରି କି ଅଭିଯୁକ୍ତ ଭାରତୀୟ ଅଧିକାରୀଙ୍କ ନାମ ପ୍ରକାଶ କରିବାକୁ ମନା କରିଛନ୍ତି। ତେବେ ଆମେରିକାର ପତ୍ରିକା ‘ନ୍ୟୁଜ୍‍ଉଇକ୍‍’ର କହିବା ଅନୁଯାୟୀ ଅଭିଯୁକ୍ତ ଭାରତୀୟ ଅଧିକାରୀ ଜଣଙ୍କ ହେଉଛନ୍ତି ରବି କାରକାର।

Leave A Reply