ଟାଇଫଏଡ ହୋଇଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ଅସ୍ବାସ୍ଥ୍ୟକର ପରିବେଶରେ ରହି ଖାଦ୍ୟ ଓ ପାଣି ପିଇବା ଦ୍ବାରା ଟାଇଫଏଡ ରୋଗ ହୋଇଥାଏ। ଏହାଦ୍ବାରା ଶରୀରରେ ଟାଇଫଏଡ ରୋଗର ବ୍ୟାକ୍ଟେରିଆ ଶରୀରରେ ପ୍ରବେଶ କରିଥାଏ। ଏହାଦ୍ବାରା ଶରୀର ଅତି ଦୁର୍ବଳ ହୋଇଥାଏ। ଡାକ୍ତରଙ୍କ ପରାମର୍ଶ କ୍ରମେ ଟାଇଫଏଡ ରୋଗୀମାନେ ଅନେକ ଔଷଧ ସେବନ କରି ଥାଆନ୍ତି। କିନ୍ତୁ ଟାଇଫଏଡ ରୋଗ ହେଲେ ଔଷଧ ସହ କିଛି ଘରୋଇ ଉପଚାର କରିବା ଉଚିତ। ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ଗୁଡିକ ବିଷୟରେ ..

ସେଓର ସିରକା :

ସେଓର ସିରକା ଟାଇଫଏଡ ରୋଗର ଲକ୍ଷଣ କମ କରିଥାଏ। ସିରକାରେ ଏସିଡିକର ମାତ୍ରା ଉଚ୍ଚ ମାତ୍ରାରେ ରହିଛି। ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରିଥାଏ। ଟାଇଫଏଡ ରୋଗୀମାନେ ସିରକାକୁ ପ୍ରାୟ ଏକ ସପ୍ତାହ ଧରି ସେବନ କରିବା ଉଚିତ। ଏହାଦ୍ବାରା ଆପଣଙ୍କୁ ଲାଭ ମିଳିବ।

କଦଳୀ :

କଦଳୀରେ ପେକ୍ଟିନ ନାମକ ଫାଇବର ରହିଛି। ଏହା ଟାଇଫଏଡ ରୋଗ ପ୍ରଭାବରେ ହେଉଥିବା ଜ୍ବରକୁ କମ କରିଥାଏ। ତେଣୁ ଟାଇଫଏଡ ରୋଗ ହୋଇଥିଲେ କଦଳୀକୁ ଦହି ଓ ମହୁ ସହ ମିଶାଇ ଖାଆନ୍ତୁ। ଏହାଦ୍ବାରା ଜ୍ବରର ପ୍ରଭାବ କମ୍‌ ହୋଇଥାଏ।

ରସୁଣ :

ରସୁଣରେ ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି- ଅକ୍ସିଡାଣ୍ଟ ରହିଛି। ଏହାର ସେବନ ଦ୍ବାରା ଟାଇଫଏଡ କାରଣରୁ ହେଉଥିବା ଅନେକ ଅସୁବିଧାରୁ ମୁକ୍ତି ମିଳିଥାଏ। ଏଥିପାଇଁ ଟାଇଫଏଡ ହୋଇଥିଲେ ଏକ ସପ୍ତାହ ପର୍ଯ୍ୟନ୍ତ ରସୁଣ ଖାଆନ୍ତୁ। ଏହାଦ୍ବାରା ସ୍ବାସ୍ଥ୍ୟ ଭଲ ରହିବ।

ତୁଳସୀ :

ତୁଳସୀ ଏପରି ଏକ ଆୟୁର୍ବେଦିକ ଔଷଧ ଅଟେ ଯାହା ଟାଇଫଏଡର ଲକ୍ଷଣ କମ କରିବାରେ ସହାୟକ ହୋଇଥାଏ। ଏହାସହ ଟାଇଫଏଡ ରୋଗ ଦ୍ବାରା ହୋଇଥିବା ଜ୍ବରର ପ୍ରଭାବକୁ ମଧ୍ୟ କମ କରିଥାଏ। ଟାଇଫଏଡ ହୋଇଥିଲେ ତୁଳସୀ ରସକୁ ପାଣିରେ ମିଶାଇ ପିଅନ୍ତୁ।

 

Comments are closed.