ପଥର ବୋଝେଇ ୨ଟି ଟ୍ରକ ଜବତ, ୪୮ହଜାର ଟଙ୍କା ଜୋରିମାନା

ଆଠଗଡ : ଆଠଗଡ ତହସିଲ ଅଞ୍ଚଳରେ ଚୋରା ମାଙ୍କଡା ପଥର ଓ କଳା ମୁଗୁନି ପଥର ଚୋରା ଚାଲାଣ କରୁଥିବା ୨ଟି ଟ୍ରକ ଜବତ କରାଯାଇ ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି। ଜିଲ୍ଲାସ୍ତରୀୟ ସ୍କାର୍ଡ ଓ ଆଠଗଡ ତହସିଲ ସ୍କାର୍ଡ ମିଳିତ ଭାବେ ଖୁଣ୍ଟୁଣୀ ନିକଟରୁ ଏକ ମାଙ୍କଡା ପଥର ବୋଝେଇ ଟ୍ରକ ଏବଂ ଆଠଗଡ ସହର ମଧ୍ୟରୁ ଏକ କଳା ମୁଗୁନି ପଥର ବୋଝେଇ ୧୦ଚକିଆ ଟ୍ରକ ଜବତ କରାଯାଇଥିଲା। ତହସିଲଦାର ତପନ କୁମାର ଖୁଣ୍ଟିଆଙ୍କ ନିର୍ଦ୍ଦେଶକ୍ରମେ ଚଢାଉ କରି ଜବତ କରାଯାଇଥିବା ମାଙ୍କଡା ପଥର ବୋଝେଇ ଟ୍ରକ ମାଲିକଙ୍କ ଠାରୁ ୧୬୮୦ଟଙ୍କା ଏବଂ କଳାମୁଗୁନି ପଥର ବୋଝେଇ ଟ୍ରକଠାରୁ ୩୨ହଜାର ଟଙ୍କା ଜୋରିମାନା ଆଦାୟ କରିବା ପରେ ଟ୍ରକ୍ ଦୁଇଟିକୁ ଛାଡିଦିଆଯାଇଥିଲା।

Comments are closed.