ଦିଲ୍ଲୀ ପୁଲିସର ଏନକାଉଣ୍ଟର : ୨ ବାବର ଖାଲସା ଆତଙ୍କବାଦୀ ଗିରଫ

୬ଟି ପିସ୍ତଲ ଏବଂ ୪୦ଟି ଗୁଳି ଜବତ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଲିସର ଏନକାଉଣ୍ଟର ପରେ ବାବର ଖାଲସା ଆନ୍ତର୍ଜାତୀୟ ସଂଗଠନର ଦୁଇ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ସୋମବାର ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ(ବିକେଆଇ) ର  ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି।

ଏନକାଉଣ୍ଟର ପରେ ଦିଲ୍ଲୀ ପୁଲିସ ଭୁପେନ୍ଦ୍ର ଓରଫ ଦିଲୱର ସିଂହ ଏବଂ କୁଲୱନ୍ତ ସିଂହକୁ ଗିରଫ କରିଛି। ଉଭୟ ଲୁଧିଆନାର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି। ସେମାନଙ୍କ ନିକଟରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି। ଏଥିରେ ୬ଟି ପିସ୍ତଲ ଏବଂ ୪୦ଟି ଗୁଳି ରହିଛି। ପଞ୍ଜାବରେ ଅନେକ ମାମଲାରେ ଏହି ଦୁଇଜଣଙ୍କୁ ପୁଲିସ ଖୋଜୁଥିଲା।

Comments are closed.