ପରିବା ଝୁଡ଼ିରେ ଲୁଚାଇ ନେଉଥିଲେ ଅସ୍ତ୍ରଶସ୍ତ୍ର: ପଠାନକୋଟରୁ ୨ ଲସ୍କର ଆତଙ୍କବାଦୀ ଗିରଫ

ପଠାନକୋଟ : ପଞ୍ଜାବର ପଠାନକୋଟରୁ ଦୁଇ ଜଣ ସଶସ୍ତ୍ର ଆତଙ୍କବାଦୀ ଧରାପଡିଛନ୍ତି। ସେମାନଙ୍କଠାରୁ ଏକେ-୪୭, ଦୁଇଟି ପତ୍ରିକା, ଦଶଟି ଗ୍ରେନେଡ୍ ଜବତ ହୋଇଛି। ଗିରଫ ଆତଙ୍କବାଦୀ ଲସ୍କର -ଏ-ତୈୟବା ସଂଗଠନ ସଦସ୍ୟର ବୋଲି ଜଣାପଡିଛି। ଏହି ଦୁଇ ଆତଙ୍କବାଦୀ ଜାମ୍ମୁ କାଶ୍ମୀରରୁ ଫଳ ଓ ପନିପରିବା ନେଇ ଏକ ଟ୍ରକରେ ଆସିଥିଲେ। ଅସ୍ତ୍ରଶସ୍ତ୍ର ଏବଂ ଗ୍ରେନେଡ ପନିପରିବା ଟୋକେଇରେ ଲୁଚାଇ ରଖିଥିଲେ।

ମିଳିଥିବା ସୂଚନାନୁଯାୟୀ, ଉଭୟ ଆତଙ୍କବାଦୀ ଜାମ୍ମୁ କାଶ୍ମୀରର ଶୋପିୟା ଅଞ୍ଚଳର ବୋଲି ଜଣାପଡିଛି। ଉଭୟ ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସଫଳ ରୂପ ଦେବାକୁ ଉଦ୍ୟମ କରିଥିଲେ। ଏହି ଦୁଇ ଆତଙ୍କବାଦୀ ଧରା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

Comments are closed.