ଆୟୁଷ୍ମାନ ଭାରତ ଅଧିନରେ ବିଦ୍ୟାର୍ଥୀଙ୍କ ସ୍ବାସ୍ଥ୍ୟ ସେବା : ସ୍କୁଲରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଆମ୍ବାସଡର

ନୂଆଦିଲ୍ଲୀ : ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଉପରେ ସଚେତନତା ସୃଷ୍ଟି ପାଇଁ ପ୍ରତ୍ୟେକ ସ୍କୁଲର ଦୁଇ ଜଣ ଶିକ୍ଷକଙ୍କୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଆମ୍ବାସଡର ଭାବେ ନିଯୁକ୍ତ କରାଯିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ, ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‍ ନିଶଙ୍କ ଓ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ବୁଧବାର ନୂଆଦିଲ୍ଲୀରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲ, ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଆମ୍ବାସଡ଼ର ଅଭିଯାନର ଶୁଭାରମ୍ଭ କରିଛନ୍ତି। ପ୍ରାରମ୍ଭିକ ସ୍ତରରେ ଏହି କାର୍ଯ୍ୟକ୍ରମ ୨୦୦ଟି ଜିଲ୍ଲାରେ ଆରମ୍ଭ ହେବ।

Comments are closed.